କେନ୍ଦ୍ର କର୍ମଚାରୀଙ୍କ ଦରମା କଟିବ କି ନାହିଁ, ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶର ସାଂସଦ, ବିଧାୟକଙ୍କ ଦରମା କଟାଯାଇଥିବାର ନଜିର ରହିଛି। ଏଭଳି ସ୍ଥିତିରେ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଦରମା କାଟିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ସରକାର। କୌଣସି କେନ୍ଦ୍ର କର୍ମଚାରୀଙ୍କ ଦରମା କଟିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ଦରମା କଟିବା ଚର୍ଚ୍ଚାକୁ ଗୁଜବ […]

office

Subhransu Sekhar
  • Published: Monday, 11 May 2020
  • , Updated: 11 May 2020, 07:37 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶର ସାଂସଦ, ବିଧାୟକଙ୍କ ଦରମା କଟାଯାଇଥିବାର ନଜିର ରହିଛି। ଏଭଳି ସ୍ଥିତିରେ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଦରମା କାଟିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ସରକାର। କୌଣସି କେନ୍ଦ୍ର କର୍ମଚାରୀଙ୍କ ଦରମା କଟିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ଦରମା କଟିବା ଚର୍ଚ୍ଚାକୁ ଗୁଜବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।

https://twitter.com/FinMinIndia/status/1259777326361063430

ସୂଚନାଯୋଗ୍ୟ, ଦରମା କଟିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ପ୍ରେସ ଇନଫରମେସନ ବ୍ୟୁରୋ ଏଭଳି ଖବରର ସମୀକ୍ଷା କରିଥିଲା। ଏହି ଖବରକୁ ପିଆଇବି ଗୁଜବ ଏବଂ ମିଛ ବୋଲି ଦର୍ଶାଇଛି।

ଲକଡାଉନ୍ ବେଳେ କେନ୍ଦ୍ର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କଟିବ ଓ ଅବସର ବୟସ ସୀମା କମାଇ ଦିଆଯିବ ବୋଲି ଖବର ପ୍ରକାଶ ପାଇଥିଲା। ଏହି ଖବର ମଧ୍ୟ ଗୁଜବ ବୋଲି ପୂର୍ବରୁ ଟୁଇଟ୍ କରି ସରକାରଙ୍କ ତରଫରୁ କୁହାଯାଇଥିଲା।

Related story