ମନି ଲଣ୍ଡରିଂ ମାମଲାରେ ଫସିଥିବା ଟିଏମସି ନେତା ଓ ପତ୍ନୀ ହାଇକୋର୍ଟରେ ନିରାଶ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଫସିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟରେ ନିରାଶ ହେଲେ ଅଭିଷେକ ବାନାର୍ଜୀ। ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ହୋଇଥିବା ସମନ ଉପରେ ରହିତାଦେଶ ଲାଗୁ କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସେହିପରି ଅଭିଷେକ ଆବେଦନ କରିଥିବା ମାମଲା ଉପରେ ତିନି ଦିନ ମଧ୍ୟ ଜବାବ ଦାଖଲ କରିବାକୁ […]

5n

Tapas Behera
  • Published: Tuesday, 21 September 2021
  • , Updated: 21 September 2021, 05:49 PM IST

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଫସିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟରେ ନିରାଶ ହେଲେ ଅଭିଷେକ ବାନାର୍ଜୀ। ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ହୋଇଥିବା ସମନ ଉପରେ ରହିତାଦେଶ ଲାଗୁ କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସେହିପରି ଅଭିଷେକ ଆବେଦନ କରିଥିବା ମାମଲା ଉପରେ ତିନି ଦିନ ମଧ୍ୟ ଜବାବ ଦାଖଲ କରିବାକୁ ଇଡିକୁ ଜବାବ ତଲବ କରିଛନ୍ତି କୋର୍ଟ। ଅଭିଷେକ ଏବଂ  ରୁଜିରା ଉଭୟଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ସହ ମଙ୍ଗଳବାର  ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ପକ୍ଷରୁ ନୋଟିସ୍ କରାଯାଇଥିଲା। ତେବେ ସେମାନେ କୋଲକାତାରେ ରହୁଥିବାରୁ  ରାଜଧାନୀରେ ତଦନ୍ତର ସାମ୍ନା କରିବା ଅସମର୍ଥ ବୋଲି ଅବେଦନ କରିଥିଲେ।

ଇଡି ଏହି ଆବେଦନକୁ ବିରୋଧ କରିଥିଲା।  ମନି ଲଣ୍ଡରିଂ ହେଉଛି ଏକ ନ୍ୟାସନାଲ ଏବଂ ଟ୍ରାନ୍ସ ନ୍ୟାସନାଲ ସମ୍ପର୍କତି ମାମଲା। ଏହା କୌଣସି ପୁଲିସ ଷ୍ଟେସନରେ ତଦନ୍ତ ହୋଇ ପାରିବ ନାହିଁ। ଉଭୟ ବେଆଇନ ଟଙ୍କା‌ କାରବାରରେ ସମ୍ପୃକ୍ତ ଥିବା ଇଡି ପକ୍ଷରୁ କୁହାଯାଇଥିଲା।

ସୂଚନା ଅନୁଯାୟୀ, କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି ଏକ ମନି ଲଣ୍ଡରିଂ ମାମଲା କରି ତଦନ୍ତ କରୁଛି। ପୂର୍ବରୁ କୋଇଲା ଚୋରାଚାଲାଣ ଘଟଣାରେ ସିବିଆଇ ରୁଜିରାଙ୍କୁ ଗତ ଫେବୃଆରୀ ୨୩ରେ ତାଙ୍କ ଘରୁ ଯାଇ ଜେରା କରିଥିଲା। ପ୍ରାୟ ୧ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲେ ହେଁ କୋଇଲା ଚୋରା ଚାଲାଣରେ ତାଙ୍କ ଭୂମିକା ସମ୍ପର୍କରେ ଜାଣିବାକୁ ସିବିଆଇ ସକ୍ଷମ ହୋଇ ନଥିଲା। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍‌ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।

ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା।

Related story