ଚିଦାମ୍ବରମ୍‌ଙ୍କୁ ସିବିଆଇ ଝଟ୍‌କା, ସୋମବାର ଯାଏ ଗଲେ ରିମାଣ୍ଡରେ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି […]

pc

Subrat Kumar Nayak
  • Published: Thursday, 22 August 2019
  • , Updated: 22 August 2019, 07:12 PM IST

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ୪୮ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ବିଚାରପତି ତାଙ୍କୁ ସିବିଆଇ ରିମାଣ୍ଡରେ ନେବା ବାବଦରେ କହିଥିଲେ, ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ବିଚାରକୁ ନେଇ ତାଙ୍କ ରିମାଣ୍ଡ ଯଥାର୍ଥ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଚିଦାମ୍ବରମ୍‌ ନିଜେ କିଛି କହିନଥିଲେ ମଧ୍ୟ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ଏହି ପ୍ରକ୍ରିୟା ଦେଇ ଯାଇଛି, ଏମିତି ହେବ ବୋଲି ଆଗୁଆ ଜାଣିଥିଲି।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ପାଇଁ ଶୁଣାଣି ହେବ। ଏହା ଜଷ୍ଟିସ୍‌ ଆର ବାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବ ବୋଲି ସୂଚନା ମିଳିଛି।

Related story