ଆଉ ରୋଡ୍ ଶୋ’ କରିବେନି ମୋଦି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ। ପୁନେ ପୋଲିସ୍ ହାତରେ ମାଓବାଦୀଙ୍କର ଏମିତି ଏକ ଚିଠି ପଡ଼ିବା ପରେ ଏହା ଲୋକଲୋଚନକୁ ଆସିଛି। ଆଉ ଏହା ପରେ ଏସ୍‌ପିଜି (ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍) ତାର ଯବାନମାନଙ୍କୁ ସତର୍କ ରହିବାକୁ କହିଛି। ଏହା ସହିତ ଆଉ ରୋଡ୍ ଶୋ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହେବା ପରେ ସିପିଜି (କ୍ଲୋଜ୍‌ଡ ପ୍ରୋଟେକ୍ସନ ଗ୍ରୁପ୍)କୁ ମଧ୍ୟ ଆଲର୍ଟ […]

modi

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 02:36 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ମାଓବାଦୀ। ପୁନେ ପୋଲିସ୍ ହାତରେ ମାଓବାଦୀଙ୍କର ଏମିତି ଏକ ଚିଠି ପଡ଼ିବା ପରେ ଏହା ଲୋକଲୋଚନକୁ ଆସିଛି। ଆଉ ଏହା ପରେ ଏସ୍‌ପିଜି (ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍) ତାର ଯବାନମାନଙ୍କୁ ସତର୍କ ରହିବାକୁ କହିଛି। ଏହା ସହିତ ଆଉ ରୋଡ୍ ଶୋ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ମାଓବାଦୀଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହେବା ପରେ ସିପିଜି (କ୍ଲୋଜ୍‌ଡ ପ୍ରୋଟେକ୍ସନ ଗ୍ରୁପ୍)କୁ ମଧ୍ୟ ଆଲର୍ଟ କରି ଦିଆଯାଇଛି। ସିପିଜି ଯବାନମାନେ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ରହନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଯବାନମାନେ ଯେକୌଣସି ଆତଙ୍କବାଦୀଙ୍କୁ ମାତ୍ର କେଇ ସେକେଣ୍ଡରେ ମାରି ଦେବାର କ୍ଷମତା ରଖନ୍ତି।

ସିପିଜି ସହିତ ଏସ୍‌ପିଜିର କ୍ୱିକ୍ ରେସ୍‌ପନ୍ସ ଟିମ୍ ସିଏଟ୍‌ (କାଉଣ୍ଟର ଆସଲ୍ଟ ଟିମ୍)କୁ ମଧ୍ୟ ଆଲର୍ଟ କରି ଦିଆଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ନିପୁଣ ଏହି ଯବାନମାନଙ୍କୁ କଠିନ ତାଲିମ ଦିଆଯାଇଥାଏ।

ଡ୍ରାଇଭରଙ୍କୁ ବି ସତର୍କ ରହିବାକୁ କୁହାଯାଇଛି

ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାଫିଲାର ଡ୍ରାଇଭରମାନଙ୍କୁ ମଧ୍ୟ ବିଶେଷ ଭାବେ ସତର୍କ ରହିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ କାଫିଲାରେ BMW 7  ସିରିଜ୍‌ର ଦୁଇଟି ଗାଡ଼ି, 6 BMW X5 ଏସ୍‌ୟୁଭି ଓ ଏକ Mercedes Benz ambulance ରହିଥାଏ। ଏହା ବ୍ୟତୀତ କାଫିଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ି ରହିଥାଏ। ଏକ ଜାମର ଲଗା ଗାଡ଼ି ମଧ୍ୟ ରହେ। କାଫିଲାରେ ଦୁଇଟି ଡମି ଗାଡ଼ି ମଧ୍ୟ ଥାଏ। ସେଥିପାଇଁ ପ୍ରଧାନମନ୍ତ୍ରୀ କେଉଁ ଗାଡ଼ିରେ ବସନ୍ତି ତାହା ଜଣାପଡ଼େ ନାହିଁ। ପୁଣି ପ୍ରଧାନମନ୍ତ୍ରୀଙ୍କ କାଫିଲାର ଆଗରେ ଓ ପଛରେ ଦିଲ୍ଲୀ ପୋଲିସ୍‌ର ସୁରକ୍ଷାକର୍ମୀ ବି ରହନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜାମର ଗାଡ଼ିରେ ଏକ ଆଣ୍ଟିନା ଲାଗିଥାଏ, ଯାହା ୧୦୦ ମିଟର ଦୂରରେ କୌଣସି ସ୍ଥାନରେ ବୋମା ଥିଲେ ତାକୁ ଡିଫ୍ୟୁଜ୍ କରି ଦିଏ। କାଫିଲାରେ ଏନ୍‌ଏସ୍‌ଜିର ସୁଟରମାନେ ମଧ୍ୟ ମୁତୟନ ହୋଇଥାଆନ୍ତି। ପ୍ରଧାନମନ୍ତ୍ରୀ କେବେ ଚାଲି ଚାଲି ଗଲେ ତାଙ୍କ ସହିତ ଏନ୍‌ଏସ୍‌ଜି ଯବାନ ସାଧା ପୋଷାକରେ ରହିଥାଆନ୍ତି। ଏସ୍‌ପିଜିର ଦୁଇ ଜଣ ଯବାନ ପ୍ରଧାନମନ୍ତ୍ରୀଙ୍କ ପାଖରେ ବ୍ରିଫ୍‌କେସ୍ ଧରି ଉପସ୍ଥିତ ରହନ୍ତି। ଏଥିରେ ବ୍ଲାଷ୍ଟିକ୍ ସିଲ୍ଡ ଥାଏ। ମିସାଇଲ୍ ଆକ୍ରମଣ ସ୍ଥଳେ ଏହା ଢାଲ ଭଳି କାମ କରେ।

ପୁନେ ପୋଲିସ୍ ସହ ସଂପର୍କରେ ଅଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶୈଳୀରେ ମାରିବା ପାଇଁ ମାଓବାଦୀମାନେ ଯୋଜନା କରିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁନେ ପୋଲିସ୍ ସହିତ ଯୋଗାଯୋଗରେ ରହିଛି। ଭୀମା-କୋରେଗାଁଓ ହିଂସାକାଣ୍ଡରେ ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘରୁ ପୋଲିସ୍ ଏକ ଚିଠି ଜବତ କରିଥିଲା। ଏଥିରୁ ଏହି ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଜଣାପଡ଼ିଥିଲା।

Related story