ବଲୋଚିସ୍ତାନରେ ‘ଡିଟେନ୍‌ସନ୍‌ ସେଣ୍ଟର’ ଖୋଲିଛି ପାକିସ୍ତାନ

ପେଶାୱାର: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦୋମୁହାଁ ନୀତିର ଆଉ ଏକ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆଣିଛି। ଏହି ଦେଶରେ ଧର୍ମ ଓ ବିଶ୍ୱାସ ଦୃଷ୍ଟିରୁ ସଂଖ୍ୟାଲଘୁଙ୍କ ମାନବିକ ଅଧିକାର ବାବଦରେ ଡିଣ୍ଡିମ ପିଟୁଥିବା ପାକିସ୍ତାନର ବଲୋଚିସ୍ତାନ-ପଖ୍‌ତୁନ୍‌ଖ୍ୱାରେ ‘ଡିଟେନ୍‌ସନ୍‌ ସେଣ୍ଟର’ ରହିଥିବାର ପ୍ରମାଣ ମିଳିଛି। ସଂଖ୍ୟାଲଘୁବହୁଳ ଅଞ୍ଚଳରେ ଏହି ଡିଟେନ୍‌ସନ୍‌ ସେଣ୍ଟର’ ନେଇ ବିଶ୍ୱସ୍ତରରେ ପାକିସ୍ତାନକୁ ଅଡ଼ୁଆରେ ପକାଇବାର ସମ୍ଭାବନା ରହିଛି। ପାକିସ୍ତାନ ନିର୍ମାଣ ଜାରି ରଖିଥିବା ‘ଡିଟେନ୍‌ସନ୍‌ ସେଣ୍ଟର’ଗୁଡ଼ିକ ବଲୋଚ୍‌ମାନଙ୍କ ପାଇଁ ତିଆରି କରାଯାଉଥିବା କୁହାଯାଉଛି। […]

Pakhtunkhwa

Subrat Kumar Nayak
  • Published: Tuesday, 21 January 2020
  • , Updated: 21 January 2020, 05:57 PM IST

ପେଶାୱାର: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦୋମୁହାଁ ନୀତିର ଆଉ ଏକ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆଣିଛି। ଏହି ଦେଶରେ ଧର୍ମ ଓ ବିଶ୍ୱାସ ଦୃଷ୍ଟିରୁ ସଂଖ୍ୟାଲଘୁଙ୍କ ମାନବିକ ଅଧିକାର ବାବଦରେ ଡିଣ୍ଡିମ ପିଟୁଥିବା ପାକିସ୍ତାନର ବଲୋଚିସ୍ତାନ-ପଖ୍‌ତୁନ୍‌ଖ୍ୱାରେ ‘ଡିଟେନ୍‌ସନ୍‌ ସେଣ୍ଟର’ ରହିଥିବାର ପ୍ରମାଣ ମିଳିଛି। ସଂଖ୍ୟାଲଘୁବହୁଳ ଅଞ୍ଚଳରେ ଏହି ଡିଟେନ୍‌ସନ୍‌ ସେଣ୍ଟର’ ନେଇ ବିଶ୍ୱସ୍ତରରେ ପାକିସ୍ତାନକୁ ଅଡ଼ୁଆରେ ପକାଇବାର ସମ୍ଭାବନା ରହିଛି।

ପାକିସ୍ତାନ ନିର୍ମାଣ ଜାରି ରଖିଥିବା ‘ଡିଟେନ୍‌ସନ୍‌ ସେଣ୍ଟର’ଗୁଡ଼ିକ ବଲୋଚ୍‌ମାନଙ୍କ ପାଇଁ ତିଆରି କରାଯାଉଥିବା କୁହାଯାଉଛି। ଏଥିରେ ଇସ୍‌ଲାମିକ୍‌ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବଲୋଚଙ୍କୁ ରଖାଯିବ ବୋଲି କୁହାଯାଉଛି। ସ୍ଥାନୀୟ ସାମରିକବାହିନୀ, ପ୍ରଶାସନ ଏବଂ ସରକାର ପରେ ସରକାର ବଲୋଚଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଛନ୍ତି। ଏହାର ବିରୋଧରେ ଦେଶରେ ଏବଂ ଦେଶ ବାହାରେ ଆମେରିକା ପ୍ରଭୃତି ସ୍ଥାନରେ ବଲୋଚ ଲୋକେ ବିରୋଧ ଜାରି ରଖିଛନ୍ତି। ମଝି ମଝିରେ କିଛି ବଲୋଚ ହଠାତ ଗାୟବ୍‌ ହୋଇଯିବା ମଧ୍ୟ ଚର୍ଚ୍ଚାରେ ରହିଆସିଛି।

ତେବେ ବର୍ତ୍ତମାନ ସ୍ୟାଟେଲାଇଟ୍‌ ଫଟୋରୁ ଜଣାପଡ଼ିଛି, ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ଲୋକଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଏବଂ ସେମାନଙ୍କ ସ୍ୱରକୁ ଦବାଇବା ପାଇଁ ପ୍ରୟାସ ଏବେ ଆହୁରି ଭୟଙ୍କର ରୂପ ନେବାର ଅଛି। ଫୋର୍ଟ ସଲୋପ୍‌, ହୟାତାବାଦ୍‌, ପେଶାୱାର, ବାରା ଫୋର୍ଟ, ଅଲହାଜ୍‌, ଚାରାସିନୋ, ଝାନ୍‌ସୀ ଦୁର୍ଗ, ସିପାହ, ଶାଲୋବର ଏବଂ ଆକ୍କା ଖେଲ୍‌ ଆଦି ସ୍ଥାନରେ ଡିଟେନ୍‌ସନ୍‌ ସେଣ୍ଟର ରହିଥିବା ମ୍ୟାପ୍‌ରେ ଚିହ୍ନଟ କରାଯାଇଛି।

ପାକିସ୍ତାନ ସରକାର ଏହି ସେଣ୍ଟରଗୁଡ଼ିକୁ ‘ଡିରାଡିକାଲାଇଜେସନ୍‌ କ୍ୟାମ୍ପ’ର ନାମ ଦେଇଛନ୍ତି। ଅର୍ଥାତ ସରକାର ବିରୋଧୀ ଲୋକଙ୍କୁ ଏହି ସ୍ଥାନକୁ ଆଣି ସରକାରଙ୍କ ସପକ୍ଷବାଦୀ କଥା କହିବା ଏବଂ ଆଚରଣ ରଖିବା ଭଳି ତାଲିମ ଦିଆଯିବ। ତେବେ ପାକିସ୍ତାନ ସରକାର ଲଗାତାର କହିଆସୁଛନ୍ତି, ଏପରି କୌଣସି ମାନବିକ ଅଧିକାର ଉଲ୍ଲଂଘନକାରୀ ଘଟଣା ଘଟିନି। କେବଳ ଭାରତ ନୁହେଁ, ବିଶ୍ୱର ବିଭିନ୍ନ ଦେଶ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଆସୁଛନ୍ତି। ପାକିସ୍ତାନରେ ଏମାନଙ୍କ ବିରୋଧରେ ହିଂସାର ଦୃଶ୍ୟ ବିଭିନ୍ନ ସମୟରେ ଖବରକାଗଜ ପୃଷ୍ଠା ମଣ୍ଡନ କରିଆସିଛି।

ମ୍ୟାପ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସେଣ୍ଟରରେ ଏକ ଲିଭିଂ ରୁମ୍‌ ଏବଂ ଟ୍ରେନିଂ ବ୍ଲକ୍‌ ରହିଛି। ଏହା ଭିତରେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ମସଜିଦ୍‌ ଆଦି ମଧ୍ୟ ରହିଛି। ଏତଦ୍‌ବ୍ୟତୀତ ଆହୁରି ଅନେକ ପ୍ରସ୍ତାବ ଆକାରରେ କ୍ୟାମ୍ପ ରହିଛି।

Related story