‘ଚାଇନା ରାଷ୍ଟ୍ରପତିଙ୍କ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇନି’

ଚେନ୍ନାଇ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇନାହିଁ। ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଗୋଖଲେ ଏହି ସୂଚନା ଦେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କିନ୍ତୁ ଆତଙ୍କବାଦ ଏବଂ କଟ୍ଟରପନ୍ଥୀ ଚିନ୍ତାଧାରା ପ୍ରସଙ୍ଗରେ ଆଲୋଚନା ହୋଇଛି। ପୂର୍ବରୁ ଭାରତ ସ୍ପଷ୍ଟ କରିସାରିଛି ଯେ କଶ୍ମୀର ଭାରତର ଅନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ଦେଶ ମୁଣ୍ଡ ପୁରାଇପାରିବେ ନାହିଁ। ତେଣୁ ଏହି ପ୍ରସଙ୍ଗ ଉଠିନଥିବା ଜଣାପଡ଼ିଛି। ଦୁଇ […]

ModiandJinping-Mahabalipuram

Subhransu Sekhar
  • Published: Saturday, 12 October 2019
  • , Updated: 12 October 2019, 02:54 PM IST

ଚେନ୍ନାଇ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇନାହିଁ। ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଗୋଖଲେ ଏହି ସୂଚନା ଦେଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ କିନ୍ତୁ ଆତଙ୍କବାଦ ଏବଂ କଟ୍ଟରପନ୍ଥୀ ଚିନ୍ତାଧାରା ପ୍ରସଙ୍ଗରେ ଆଲୋଚନା ହୋଇଛି। ପୂର୍ବରୁ ଭାରତ ସ୍ପଷ୍ଟ କରିସାରିଛି ଯେ କଶ୍ମୀର ଭାରତର ଅନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ଦେଶ ମୁଣ୍ଡ ପୁରାଇପାରିବେ ନାହିଁ। ତେଣୁ ଏହି ପ୍ରସଙ୍ଗ ଉଠିନଥିବା ଜଣାପଡ଼ିଛି।

ଦୁଇ ନେତା କହିଛନ୍ତି ଭାରତ ଏବଂ ଚାଇନା କେବଳ ଭୌଗଳିକ ଦୃଷ୍ଟିକୋଣରୁ ନୁହେଁ ବରଂ ବିବିଧତା ଦୃଷ୍ଟିରୁ ମଧ୍ୟ ଦୁନିଆରେ ସବୁଠୁ ବଡ଼ ରାଷ୍ଟ୍ର। ଏହି ଅବସରରେ ମାନସରୋବର ଯାତ୍ରା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ମାନସୋରବରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜିନପିଙ୍ଗଙ୍କୁ ପ୍ରସ୍ତାବ ଦେଇଛନ୍ତି। ହେଲେ ଚାଇନା ରାଷ୍ଟ୍ରପତି କୌଣସି ଜବାବ ଦେଇନଥିବା ଜଣାପଡ଼ିଛି। ଏହା ବ୍ୟତୀତ ତାମିଲନାଡୁ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବଢ଼ାଇବା ଦିଗରେ ଆଲୋଚନା ହୋଇଛି।

ସେହିପରି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ଚାଇନା ଆସିବା ପାଇଁ କହିଛନ୍ତି। ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ଚାଇନା ଯାଇପାରନ୍ତି।

Related story