ସହି ହେଲାନି ବଳାତ୍କାର ଯନ୍ତ୍ରଣା, ମାତ୍ର ୧୭ ବର୍ଷରେ ହିଁ ଇଚ୍ଛା ମୃତ୍ୟୁକୁ ବାଛିନେଲେ

ଆମଷ୍ଟାରଡାମ:  ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଆଉ ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ୍‌ ଯୋଗେ ପ୍ରାଣ ହରାଇଛନ୍ତି। ଏପରି  ହୃଦୟ […]

rape-1..

Niharika Rout
  • Published: Wednesday, 05 June 2019
  • , Updated: 05 June 2019, 02:51 PM IST

ଆମଷ୍ଟାରଡାମ:  ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଆଉ ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ୍‌ ଯୋଗେ ପ୍ରାଣ ହରାଇଛନ୍ତି। ଏପରି  ହୃଦୟ ବିଦାରକ ଘଟଣା ଘଟିଛି ନେଦରଲାଣ୍ଡରେ।

ମାତ୍ର ୧୧ ବର୍ଷ ବୟସର ହୋଇଥିବା ବେଳେ ନାବାଳିକାଜଣକ ଯୌନ ଉତ୍ପୀଡନ, ବଳାତ୍କାର ଆଦି ନିର୍ଯାତନାର ଶିକାର ହେଉଥିଲା। ବର୍ଷ ବର୍ଷ ଧରି ଏପରି ଅକଥନୀୟ ଯନ୍ତ୍ରଣା ସହିବା ପରେ ସେ ବିଭିନ୍ନ ମାନସିକ ଓ ଶାରୀରିକ ସମସ୍ୟା ମଧ୍ୟରେ ଗତି କଲେ। ଏହାମଧ୍ୟରେ ସେ  ଡିପ୍ରେସନକୁ ଚାଲି ଯାଇଥିଲେ। ବହୁ ଥର ଚିକିତ୍ସା ନିମନ୍ତେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥିଲେ।

ପରିଶେଷରେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରି ନାବାଳିକାଜଣକ ୧୭ ବର୍ଷ ବୟସରେ ସମସ୍ତ ଯନ୍ତ୍ରଣାରୁ ନିଜକୁ ମୁକ୍ତ କରି ଦେଇଛନ୍ତି। ନେଦରଲାଣ୍ଡରେ ଏହା ଆଇନର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏପରି ଘଟଣାକୁ କିନ୍ତୁ ଅନ୍ୟ ଦେଶରେ ସମାଲୋଚନା କରାଯାଇଛି। ଏତେ କମ୍‌ ବୟସର ନାବାଳିକାଙ୍କୁ କିପରି ଏପରି ଅନୁମତି ମିଳିଲା, ତାହା ନେଇ ଉଠିଛି ପ୍ରଶ୍ନ।

ନାବାଳିକାଜଣକ ଅସହ୍ୟ ଯନ୍ତ୍ରଣା ପାଉଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସ୍ୱୀକାର କରିଛନ୍ତି। ନିଜ ସଂଘର୍ଷର କାହାଣୀ, ଅକୁହା ବ୍ୟଥାକୁ ନେଇ ନାବାଳିକାଜଣକ ନିଜ ବାୟୋଗ୍ରାଫି 'Winning or Learning'. ମଧ୍ୟ ଲେଖିଛନ୍ତି। ଏହାକୁ ସେ ନିଜ ଇନଷ୍ଟାଗ୍ରାମ୍‌ରେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅପଲୋଡ କରିଥିଲେ। ଏବେ ଏହାର ଭିୟୁର୍ସଙ୍କ ସଂଖ୍ୟା ଖୁବ୍‌ ବଢିଯାଇଛି।  ଇଚ୍ଛାମୃତ୍ୟୁ ସମ୍ପର୍କରେ ନାବାଳିକାଜଣକ ସୋଶାଲ ମିଡିଆରେ ଜଣାଇବା ପରେ ଏହା ଚର୍ଚ୍ଚାର କାରଣ ପାଲଟିଥିଲା।  ବହୁ ଦିନ ଏ ସମ୍ପର୍କରେ ଚିନ୍ତା କରିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ। ଆବେଗରେ ପଡି ସେ ଏପରି ନିଷ୍ପତ୍ତି ନେଇ ନ ଥିବା ମଧ୍ୟ ଉଲ୍ଲେଖ କରିଥିଲେ।

ଦୀର୍ଘ ବର୍ଷ ଅତ୍ୟାଚାର ବିରୋଧରେ ଲଢେଇ କରିବା ପରେ ମୁଁ ନିସ୍ୱ ହୋଇଯାଇଛି, ହାଲିଆ ହୋଇ ପଡିଛି। ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ।  ଅସହନୀୟ ଯନ୍ତ୍ରଣାରେ ଗତି କରୁଥିବାରୁ କିଛି ଦିନ ହେବ ଖାଇବା, ପିଇବା ବି ଛାଡି ଦେଇଛି।  ଗତ ବର୍ଷ ଡିସେମ୍ୱରରେ ନିଜ ଅଭିଭାବକଙ୍କୁ ନ ଜଣାଇ ନାବାଳିକାଜଣକ ଇଚ୍ଛାମୃତ୍ୟୁ କ୍ଲିନିକକୁ ଚାଲି ଯାଇଥିଲେ।

ଏହାର କିଛି ଦିନ ପରେ ତାଙ୍କ ମା’ ଝିଅ ରୁମ୍‌ରେ ଏ ସଂକ୍ରାନ୍ତୀୟ ଡକ୍ୟୁମେଣ୍ଟ ପାଇବା ପରେ ଝିଅ ମୁଣ୍ଡରେ କ’ଣ ଚାଲୁଛି ତାହା ଜଣାପଡିଥିଲା।  ନାବାଳିକାଜଣକ ଖାଇବା ଛାଡି ଦେଇଥିବା ଜାଣିବା ପରେ ମଧ୍ୟ ସେଠାକାର ପ୍ରଶାସନ ପକ୍ଷରୁ ତାଙ୍କୁ ବୁଝାଇବାକୁ କୌଣସି ଚେଷ୍ଟା କରାଯାଇନଥିଲା। ଏଥିଯୋଗୁ ଉକ୍ତ ଦେଶ ସରକାରଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଛି।

Related story