ମିସାଇଲ ଟେଷ୍ଟ: ପୁଣି ଜାପାନକୁ ଟାର୍ଗେଟ କଲା ଉତ୍ତରକୋରିଆ

ନୂଆଦିଲ୍ଲୀ: ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରି ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଉତ୍ତରକୋରିଆ ନିଜ ହରକତରୁ କେବେବି  ନିବୃତ ରହୁନାହିଁ। ବରଂ ଦିନକୁ ଦିନ ଆହୁରି ଉଗ୍ର ହେଉଛି। ଏପରିକି ଜାତିସଂଘ ଏବଂ  ଆମେରିକାର ଚେତାବନୀକୁ ଖାତିର କରୁନି ଉତ୍ତରକୋରିଆ। ପୁଣି ଥରେ  ଜାପାନ ଉପରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତରକୋରିଆ। ଏହାକୁ ନେଇ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗୋଟିଏ ମାସରେ ଉତ୍ତରକୋରିଆ ଜାପାନ ଉପରେ […]

171509090022

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 06:42 PM IST

ନୂଆଦିଲ୍ଲୀ: ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରି ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଉତ୍ତରକୋରିଆ ନିଜ ହରକତରୁ କେବେବି  ନିବୃତ ରହୁନାହିଁ। ବରଂ ଦିନକୁ ଦିନ ଆହୁରି ଉଗ୍ର ହେଉଛି। ଏପରିକି ଜାତିସଂଘ ଏବଂ  ଆମେରିକାର ଚେତାବନୀକୁ ଖାତିର କରୁନି ଉତ୍ତରକୋରିଆ। ପୁଣି ଥରେ  ଜାପାନ ଉପରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତରକୋରିଆ।

ଏହାକୁ ନେଇ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗୋଟିଏ ମାସରେ ଉତ୍ତରକୋରିଆ ଜାପାନ ଉପରେ ଦୁଇଥର କ୍ଷେପଣାସ୍ତ୍ର ପରୀକ୍ଷା କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ଦ୍ୱିତୀୟ ଉଦ୍ୟମଟି ବିଫଳ ହୋଇଥିଲା।

ଜାପାନର ହୋକ୍‌କାଇଡ଼ୋ ସହରଠାରୁ ୭୭୦ କିମି ଦୂରରୁ ଏହି କ୍ଷେପଣାସ୍ତ୍ରଟି ପ୍ରଶାନ୍ତ ମହାସାଗରରେ ନଷ୍ଟ ହୋଇଯାଥିଲା। ଏହି ମିଶାଇଲକୁ ଉତ୍ତରକୋରିଆ ପଶ୍ଚିମତଟରୁ ଉତ୍ତରତଟକୁ ନିକ୍ଷେପ କରିଥିଲା। ଉତ୍ତରକୋରିଆର ଏହି ଉଗ୍ର ଆଚରଣ ଜାତିସଂଘ ଦ୍ୱାରା ଜାରି ଶାନ୍ତି ନୀତିକୁ ଭଙ୍ଗ କରୁଛି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଆବେ କହିଛନ୍ତି। ସେହିପରି ସହିବାର ସୀମା ଲଂଘିଗଲାଣି ,ଆମେ ଆଉ ଚୁପ୍‌ ହୋଇ ବସିବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସମସ୍ୟାର ଜାତିସଂଘରେ ଜୁରୁରୀକାଳୀନ ସମାଧାନ ହେବା ଆବଶ୍ୟକ ରହିଛି। ବିଶ୍ୱ ଶାନ୍ତି କ୍ଷେତ୍ରରେ ଉତ୍ତରକୋରିଆ ସବୁଠୁ ବଡ଼ ବିପଦଭାବେ ଉଭା ହୋଇଛି। ଏହାର ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ ଆସିଛି ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି।

Related story