ନରଓ୍ୱେ: ଉହାନ କରୋନା ଭାଇରସର ଦାଉରୁ ବର୍ତ୍ତିବା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଛି। ଏହାରି ଭିତରେ ନରଓ୍ୱେର ୨୩ ଜଣ ଟିକା ନେବା ପରେ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ନରଓ୍ୱରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ନରଓ୍ୱେବାସୀ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋନଟେକ ଏବଂ ମଡେର୍ଣ୍ଣା ନେଇଛନ୍ତି। ଏହା ଏମଆରଏନଏ ଟିକା। ମୃତ ୨୩ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁର କାରଣ ସମାନ ରହିଥିବା ଡାକ୍ତର କହିଛନ୍ତି। ମୃତକମାନେ ଟିକା ନେବା ପରେ ଡାଇରିଆ, ଜ୍ୱର, ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ। ବାକି ମୃତକଙ୍କ କାରଣ ଖୋଜୁଛନ୍ତି ବିଶେଷଜ୍ଞ। ନରଓ୍ୱେରେ ଏଯାବତ ଫାଇଜର ଏବଂ ମଡେର୍ଣ୍ଣା ଟିକାର ପ୍ରଥମ ଡୋଜ ୩୦ ହଜାର ଲୋକ ନେଇଥିବା ଜଣାପଡ଼ିଛି।
ଟିକାକୁ ନେଇ ସନ୍ଦେହ ବଢ଼ିବା ପରେ ୟୁରୋପ ଆମେରିକା ପାଖରୁ ଏହି ଫାଇଜାର ଟିକା କମ୍ ଆମଦାନୀ କରିବ ବୋଲି କହିଛି। ପୂର୍ବରୁ ନରଓ୍ୱେ ୨ ବିଲିଅନ୍ ଟିକା ଆମଦାନୀ କରୁଥିବା ବେଳେ ଏବେ ୧.୩ ବିଲିଅନ୍ ଆମଦାନୀ କରୁଥିବା ସୂଚନା ରହିଛି।