ନୂଆଦିଲ୍ଲୀ: ସମସ୍ତ ଭାରତୀୟ ହିନ୍ଦୁ। ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରିପବ୍ଲିକାନ ଦଳର (ଆରପିଆଇ) ସଭାପତି ରାମଦାସ ଅଠାଓ୍ୱଲେ।
ସମସ୍ତ ଭାରତୀୟ ହିନ୍ଦୁ ବୋଲି କହିବା ଠିକ୍ ନୁହେଁ। ଯଦି ମୋହନ ଭାଗବତ ତାଙ୍କ ଆଧାରରେ କହୁଛନ୍ତି ସମସ୍ତ ଭାରତୀୟ ହିନ୍ଦୁ ତା’ହେଲେ ତାଙ୍କ ଆଧାରରେ ଠିକ୍ ହୋଇପାରେ। ହେଲେ ସମୟ ଥିଲା ଦେଶର ସମସ୍ତ ନାଗରିକ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ କହିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଦିନ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆରଏସଏଏସ ମୁଖ୍ୟ ମୋହନ ଭାଗବତ। ଭାରତ ମାତାର କୋଳରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନ ହିନ୍ଦୁ। ସେ କୌଣସି ଧର୍ମ କିମ୍ୱା ଭାଷାର କଥା ହୋଇପାରେ ବୋଲି କହିଥିଲେ।
ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓବେସୀ ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭାରତରେ ଗୋଟିଏ ଧର୍ମ ରହୁ ବୋଲି ଆରଏସଏସ ଚାହୁଁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।