ନୋଟ୍‌ ବନ୍ଦକୁ ସର୍ଜିକାଲ ଷ୍ଟ୍ରାଇକ୍‌ର ରୂପ ଦିଅନ୍ତୁ ନାହିଁ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୋଟ୍‌ ବନ୍ଦକୁ ନେଇ ଶୀତକାଳୀନ ଅଧିବେଶନର ଆରମ୍ଭରେ ଦେଖାଯାଇଥିବା ବିରୋଧକୁ ନେଇ ବିପକ୍ଷ ଦଳକୁ ଜବାବ ଦେବା ପାଇଁ ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଡକାଯାଥିବା ଏହି ବୈଠକରେ ସରକାର ସଂସଦରେ ବିରୋଧୀଙ୍କ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ବୈଠକରେ ନୋଟ୍‌ ବନ୍ଦକୁ ସର୍ଜିକାଲ ଷ୍ଟ୍ରାଇକ୍‌ର ରୂପ ନ ଦେବାକୁ ସାଂସଦମାନଙ୍କୁ କହିବାକୁ ଯାଇ ଭାବୁକ ହୋଇପଡ଼ିଥିଲେ ମୋଦି। ଏହି ପଦକ୍ଷେପ ଡ୍ରଗ୍ସ, […]

modi_sansad-bhaban

Rakesh Mallick
  • Published: Tuesday, 22 November 2016
  • , Updated: 22 November 2016, 02:00 PM IST

ନୂଆଦିଲ୍ଲୀ: ନୋଟ୍‌ ବନ୍ଦକୁ ନେଇ ଶୀତକାଳୀନ ଅଧିବେଶନର ଆରମ୍ଭରେ ଦେଖାଯାଇଥିବା ବିରୋଧକୁ ନେଇ ବିପକ୍ଷ ଦଳକୁ ଜବାବ ଦେବା ପାଇଁ ଆଜି ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଡକାଯାଥିବା ଏହି ବୈଠକରେ ସରକାର ସଂସଦରେ ବିରୋଧୀଙ୍କ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।

ବୈଠକରେ ନୋଟ୍‌ ବନ୍ଦକୁ ସର୍ଜିକାଲ ଷ୍ଟ୍ରାଇକ୍‌ର ରୂପ ନ ଦେବାକୁ ସାଂସଦମାନଙ୍କୁ କହିବାକୁ ଯାଇ ଭାବୁକ ହୋଇପଡ଼ିଥିଲେ ମୋଦି। ଏହି ପଦକ୍ଷେପ ଡ୍ରଗ୍ସ, କଳାଧନ ଏବଂ ଆତଙ୍କ ବିରୋଧରେ ଉଠାଯାଇଛି। ନୋଟ୍‌ ବନ୍ଦକୁ ନେଇ ଜନତାଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ସେ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଏକ ଆପ୍‌ ଜରିଆରେ ନୋଟ୍‌ ବନ୍ଦକୁ ନେଇ ଜନତାଙ୍କ ମତ ଲୋଡ଼ିଛନ୍ତି ନରେନ୍ଦ୍ର ମୋଦି।

Related story