ଅନଲକ-୫: ଏଣିକି ସାଧାରଣ ସମାବେଶରେ ୧୦୦ ଲୋକଙ୍କୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦେଶରେ ଅନଲକ-୫ କାର୍ଯ୍ୟକାରୀ ହେବ। ଅନଲକ-୫ରେ କରୋନା ଲକଡାଉନ ଯୋଗୁ ଠପ ହୋଇପଡ଼ିଥିବା ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା କରିବା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସିନେମା ହଲଗୁଡ଼ିକୁ ଅକ୍ଟୋବର ୧୫ରୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହିପରି ଅନଲକ-୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି। ଏଣିକି କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ […]

dv

Hemant Lenka
  • Published: Wednesday, 30 September 2020
  • , Updated: 30 September 2020, 09:18 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦେଶରେ ଅନଲକ-୫ କାର୍ଯ୍ୟକାରୀ ହେବ। ଅନଲକ-୫ରେ କରୋନା ଲକଡାଉନ ଯୋଗୁ ଠପ ହୋଇପଡ଼ିଥିବା ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା କରିବା ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସିନେମା ହଲଗୁଡ଼ିକୁ ଅକ୍ଟୋବର ୧୫ରୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

ସେହିପରି ଅନଲକ-୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି। ଏଣିକି କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗଦେଇପାରିବେ। ରାଜ୍ୟ ସରକାରମାନେ ଅକ୍ଟୋବର ୧୫ ପରେ ସମାବେଶଗୁଡ଼ିକରେ ଲୋକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁମତି ଦେଇପାରିବେ। ଆଗକୁ ଦୁର୍ଗାପୂଜା, ଦଶହରା, ଦୀପାବଳି ଭଳି ପାର୍ବଣ ଋତୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଅନୁମତି ଦେଇଛନ୍ତି।

ତେବେ ଯେଉଁ ସବୁ ବନ୍ଦ କୋଠରୀରେ ଉପରୋକ୍ତ ସାମାବେଶ ହେଉଥିବ ସେଠାରେ କେବଳ ୫୦% ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯିବ। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ। ଏଠାରେ ମଧ୍ୟ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ସମାବେଶଗୁଡ଼ିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରିବେ।

ଅନ୍ୟପକ୍ଷରେ ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ୍। ସୁଇମିଂ ପୁଲ୍ ଲାଗି SOP ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ। ଅକ୍ଟୋବର ୧୫ରୁ ପ୍ରମୋଦ ଉଦ୍ୟାନ ଖୋଲିବା ଲାଗି ଅନୁମତି। ତେବେ ଏଥିପାଇଁ ବି କଡ଼ା ନିୟମ ମାନିବାକୁ ପଡ଼ିବ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସ୍ଓପି ଜାରି କରିବେ। ବ୍ୟବସାୟିକ ପ୍ରଦର୍ଶନୀ ଖୋଲିବାକୁ ଅନୁମତି ମଧ୍ୟ ମିଳିଛି। ଏଥିପାଇଁ SOP ଜାରି କରିବ ବାଣିଜ୍ୟ ବିଭାଗ।

Related story