କଂଗ୍ରେସକୁ ଆଉ ଏକ ଝଟକା: ରାଜ୍ୟସଭାରେ ବିଜେପି ଏକ ନମ୍ବର

ନୂଆଦିଲ୍ଲୀ: ପୁଣି ବିଜେପିର ଏକ ମାଷ୍ଟରଷ୍ଟ୍ରୋକ। ୬୫ ବର୍ଷ ଇତିହାସକୁ ଭାଙ୍ଗି ଦେଶର ଉଚ୍ଚ ସଦନ ରାଜ୍ୟସଭାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି। ଦୀର୍ଘ ୬୫ ବର୍ଷ ଧରି ବଡ଼ ଦଳ ଭାବେ ଥିବା କଂଗ୍ରେସକୁ ପଛରେ ପକାଇ ରାଜ୍ୟସଭାରେ ଅଧିକ ସଂଖ୍ୟକ ସିଟ୍‌ ହାତେଇବାରେ ସକ୍ଷମ ହୋଇଛି ବିଜେପି। ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିବାର୍ଚିତ ହେବା ପରେ ଏହି ସଫଳତା ପାଇଛି ବିଜେପି। […]

parliament_

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 09:57 AM IST

ନୂଆଦିଲ୍ଲୀ: ପୁଣି ବିଜେପିର ଏକ ମାଷ୍ଟରଷ୍ଟ୍ରୋକ। ୬୫ ବର୍ଷ ଇତିହାସକୁ ଭାଙ୍ଗି ଦେଶର ଉଚ୍ଚ ସଦନ ରାଜ୍ୟସଭାରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି। ଦୀର୍ଘ ୬୫ ବର୍ଷ ଧରି ବଡ଼ ଦଳ ଭାବେ ଥିବା କଂଗ୍ରେସକୁ ପଛରେ ପକାଇ ରାଜ୍ୟସଭାରେ ଅଧିକ ସଂଖ୍ୟକ ସିଟ୍‌ ହାତେଇବାରେ ସକ୍ଷମ ହୋଇଛି ବିଜେପି। ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିବାର୍ଚିତ ହେବା ପରେ ଏହି ସଫଳତା ପାଇଛି ବିଜେପି।

ଏବେ ରାଜ୍ୟସଭାରେ ବିଜେପିର ୫୮ ଜଣ ସାଂସଦ ଥିବା ବେଳେ କଂଗ୍ରେସର ୫୭ ଜଣ ସାଂସଦ ରହିଛନ୍ତି। ଅଗାମୀ ମଙ୍ଗଳବାର ରାଜ୍ୟସଭାର ୯ଟି ସିଟ୍‌ର ନିର୍ବାଚନ ହେବାକୁ ଯାଉଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗ ୬ଟି ଓ ଗୁଜରାଟରୁ ୩ଟି ପାଇଁ ନିର୍ବାଚନ ହେବ। ଗୁଜରାଟରେ ବିଜେପି ସରକାର ଥିବାରୁ ସହଜରେ ଆଉ ୨ଟି ରାଜ୍ୟସଭା ସିଟ୍‌ ହାତେଇବା ସହ ସଦନରେ ଆହୁରି ସୁବିଧାଜନକ ସ୍ଥିତିରେ ରହିବ ବିଜେପି। କିନ୍ତୁ ଆଗାମୀ ବର୍ଷ ରାଜ୍ୟସଭାରେ ବିଜେପି ପାଇଁ ବେଶ୍‌ ଭଲ ରହିବ। କାରଣ ୨୦୧୮ରେ ଉତ୍ତରପ୍ରଦେଶରେ ୯ଟି ରାଜ୍ୟସଭା ସିଟ୍‌ ଫାଙ୍କା ହେବ। ଚଳିତବର୍ଷ ୟୁପି ବିଧାନସଭା ନିର୍ବାଚନରେ ବିଜେପି ୩୦୦ରୁ ଊର୍ଦ୍ଧ୍ୱ ସିଟ୍‌ରେ ବିଜୟ ହାସଲ କରିଛି । ତେଣୁ ବେଶ୍‌ ସହଜରେ ୮ଟି ରାଜ୍ୟସଭା ସିଟ୍‌ ହାତେଇବା ସହ ସଦନରେ ଦଳକୁ ଆହୁରି ଶକ୍ତିଶାଳୀ କରିବାକୁ ବୋଲି ଲକ୍ଷ୍ୟ ରଖିଛି ବିଜେପି।

ରାଜ୍ୟସଭାରେ ବିଜେପି ଏକକ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ୨୪୫ ସିଟ୍‌ ବିଶିଷ୍ଟ ଏହି ସଦନରେ ବହୁମତ ହାସଲ କରିବାରେ ବହୁତ ପଛରେ ଅଛି। ବିଜେପି ଓ ତାର ସହଯୋଗୀ ଦଳ ସଦସ୍ୟଙ୍କ ସଂଖ୍ୟା ମିଶାଇଲେ ମଧ୍ୟ ଏହି ମ୍ୟାଜିକ ନମ୍ବର ମିଳୁନାହିଁ। ତେଣୁ ରାଜ୍ୟସଭାରେ କୌଣସି ବିଲ୍‌ ପାସ କରିବା ପାଇଁ ବିଜେଡି ଓ ଏଆଇଏଡିଏମ୍‌କେ ଭଳି ଆଞ୍ଚଳିକ ଦଳ ଉପରେ ନିର୍ଭର କରୁଛି ବିଜେପି। କିନ୍ତୁ ବିହାର ନାଟକର ପରିସମାପ୍ତି ପରେ ଜେଡିୟୁ କେନ୍ଦ୍ର ସରକାରରେ ସହଯୋଗୀ ଦଳ ଭାବେ ରହିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର। ଯଦି ଜେଡିୟୁ ଏନ୍‌ଡିଏ ସରକାରରେ ସାମିଲ ହୁଏ, ତେବେ ରାଜ୍ୟସଭାରେ ଏନଡିଏ ସରକାରର ଶକ୍ତି ବୃଦ୍ଧି ହେବ। କାରଣ ଏବେ ରାଜ୍ୟସଭାରେ ଜେଡିୟୁର ୧୦ ଜଣ ସାଂସଦ ରହିଛନ୍ତି।

Related story