ନିର୍ମଳାଙ୍କ ଓଲା, ଉବେର ମନ୍ତବ୍ୟରେ ହଁ ମାରିଲେ ମାରୁତି ସୁଜୁକିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଓଲା, ଉବେର ଭଳି ଆପ୍ସ ଦ୍ୱାରା ପରିଚାଳିତ ପରିବହନ ସେବା ପାଇଁ ଦେଶର ଅଟେମାବାଇଲ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଛି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ମନ୍ତବ୍ୟ ରଖିଥିଲେ। ଯାହାକୁ ଆଜି ସମର୍ଥନ କରି ସମାନ କଥା ଦୋହରାଇଛନ୍ତି ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ଅଧ୍ୟକ୍ଷ ଆର.ସି. ଭାର୍ଗବ। ମିଣ୍ଟ ନାମକ ଏକ ବିଜନେସ ଖବରକାଗଜକୁ ସାକ୍ଷାତକାର ଦେଇ ଆର.ସି. ଭାର୍ଗବ ଏହା କହିଛନ୍ତି। ଓଲା, ଓବେର ଦ୍ୱାରା ପରିଚାଳିତ […]

OLA UBER MARUTI SUZUKI CHAIRMAN

Subhransu Sekhar
  • Published: Thursday, 19 September 2019
  • , Updated: 19 September 2019, 02:22 PM IST

ନୂଆଦିଲ୍ଲୀ: ଓଲା, ଉବେର ଭଳି ଆପ୍ସ ଦ୍ୱାରା ପରିଚାଳିତ ପରିବହନ ସେବା ପାଇଁ ଦେଶର ଅଟେମାବାଇଲ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଛି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ମନ୍ତବ୍ୟ ରଖିଥିଲେ। ଯାହାକୁ ଆଜି ସମର୍ଥନ କରି ସମାନ କଥା ଦୋହରାଇଛନ୍ତି ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ଅଧ୍ୟକ୍ଷ ଆର.ସି. ଭାର୍ଗବ। ମିଣ୍ଟ ନାମକ ଏକ ବିଜନେସ ଖବରକାଗଜକୁ ସାକ୍ଷାତକାର ଦେଇ ଆର.ସି. ଭାର୍ଗବ ଏହା କହିଛନ୍ତି।

ଓଲା, ଓବେର ଦ୍ୱାରା ପରିଚାଳିତ ହେଉଥିବା ପରିବହନ ସେବା ପାଇଁ ଏବେ ଦେଶର ଅଧିକାଂଶ ବ୍ୟକ୍ତି ନିଜେ କାର କିଣିବା ଅପେକ୍ଷା ଏପରି କାର ବ୍ୟବହାର କରୁଛନ୍ତି ନିଜ ଯିବା ଆସିବା ପାଇଁ। ସେହିପରି ନିଜ ଆୟରୁ ଅଧିକ ଟଙ୍କାରେ କାର୍‌ ବଦଳରେ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ କିଣିବା ପାଇଁ ଯୁବପିଢ଼ି ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ ନିର୍ମଳା ସୀତାରମଣ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍ ବୋଲି କହିଛନ୍ତି ଭାର୍ଗବ।

ସେ ଆହୁରି କହିଛନ୍ତି ଭାରତରେ ହାରାହାରି ବାର୍ଷିକ ରୋଜଗାର ଏବେ ୧ ଲକ୍ଷ ୫୬ ହଜାର ରହିଛି। ଅନ୍ୟପଟେ ୟୁରୋପରେ ହାରାହାରି ରୋଜଗାର ଭାରତଠୁ ୧୮ ଗୁଣା ଅଧିକ ରହିଛି। ଅନ୍ୟପଟେ ୟୁରୋପ ଏବଂ ଚାଇନାରେ କାର ବାବଦକୁ ଯେଉଁ ଟ୍ୟାକ୍ସ ଦେବାକୁ ପଡ଼ୁଛି ତାହା ଭାରତ ତୁଳନାରେ ବହୁତ କମ୍। ତେଣୁ ଭାରତରେ କାର୍‌ ବିକ୍ରି ଅଧିକ ହେବ ବୋଲି ଆଶା ରଖିବା ଠିକ୍ ହେବନି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଟୋମୋବାଇଲ ଶିଳ୍ପରେ ଏବେ ବହୁତ ମାନ୍ଦା ଅବସ୍ଥା ଦେଖାଦେଇଛି। କ୍ଷତି ଭରଣା ପାଇଁ ଅଶୋକ ଲେଲ୍ୟାଣ୍ଡ, ମାରୁତି ସୁଜୁକି ଭଳି କମ୍ପାନୀ ସର୍ବାଧିକ ୫ ଦିନ ଲେଖାଏଁ ପ୍ଲାଣ୍ଟ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏମିତିକି ନିଜ କର୍ମଚାରୀଙ୍କୁ ଆଗୁଆ ଅବସର ନେବା ଏବଂ ଚାକିରୀ ଛାଡ଼ିବା ପାଇଁ ଅଫର ଦେଇ ସାରିଛନ୍ତି।

ନିର୍ମଳାଙ୍କ ଏହି ଓଲା, ଉବେର ମନ୍ତବ୍ୟକୁ ନେଇ ସେତେବେଳେ ବିରୋଧୀ ସମେତ ଅନେକ ଅର୍ଥନୀତି ବିଶାରଦ ସମାଲୋଚନା କରିଥିଲେ। ପରେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସି ନିର୍ମଳାଙ୍କ ମନ୍ତବ୍ୟକୁ ସମର୍ଥନ କରି ତାଙ୍କ କହିବାର ଅର୍ଥକୁ ଭୁଲ ବୁଝାଯାଉଛି ବୋଲି କହିଥିଲେ। ଏହାପରେ ସମାଲୋଚକ ଟିକିଏ ନରମିଥିଲେ।

Related story