ଜୁଲାଇ ୧ ପରେ ବଦଳି ଯିବ ଏ ସବୁ ନିୟମ

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଯାହା ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିପାରେ । ରେଳବାଇ ଟିକେଟ ବୁକିଂ, ମୋବାଇଲ୍‌ ସିମ୍‌ କିଣିବା ତଥା ଆଧାର କାର୍ଡ ବ୍ୟବହାର ସମ୍ପର୍କିତ କିଛି ସେବାରେ ପରିବର୍ତ୍ତନ ହେଉଛି। ତା ହେଲେ ଆସନ୍ତୁ ଜାଣିବା କ’ଣ ସେଗୁଡିକ । ଜୁଲାଇରୁ ମୋବାଇଲ ସିମ୍‌ କିଣିବାକୁ ହେଲେ ଆଧାର ନମ୍ବର ଦେବା ବାଧ୍ୟତାମୂଳକ। ୟୁଆଇଡିଏଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଭର୍ଚୁଆଲ ଆଇଡି ଲାଗି ଆଧାର ନମ୍ବର […]

sim card

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 05:17 PM IST

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଯାହା ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିପାରେ । ରେଳବାଇ ଟିକେଟ ବୁକିଂ, ମୋବାଇଲ୍‌ ସିମ୍‌ କିଣିବା ତଥା ଆଧାର କାର୍ଡ ବ୍ୟବହାର ସମ୍ପର୍କିତ କିଛି ସେବାରେ ପରିବର୍ତ୍ତନ ହେଉଛି। ତା ହେଲେ ଆସନ୍ତୁ ଜାଣିବା କ’ଣ ସେଗୁଡିକ ।

ଜୁଲାଇରୁ ମୋବାଇଲ ସିମ୍‌ କିଣିବାକୁ ହେଲେ ଆଧାର ନମ୍ବର ଦେବା ବାଧ୍ୟତାମୂଳକ। ୟୁଆଇଡିଏଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଭର୍ଚୁଆଲ ଆଇଡି ଲାଗି ଆଧାର ନମ୍ବର ବ୍ୟବହାର ହେବ । ଖାଲି ସେତିକି ନୁହେଁ ୧ ଜୁଲାଇ ପରେ ମୋବାଇଲ ସିମ୍‌ କିଣିଲେ ଏହା ୧୦ଟିକିଆ ପରିବର୍ତ୍ତେ ୧୩ ଟିକିଆ ହେବ । ସରକାର ଏ ସକ୍ରାନ୍ତ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସେହିପରି ରେଳବାଇ ଟିକେଟ୍‌ ବୁକିଂ କ୍ଷେତ୍ରରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୧ ତାରିଖ ପରଠାରୁ ଯାତ୍ରୀଙ୍କୁ ଆଉ ୱେଟିଂ ଟିକେଟ୍ ମିଳିବ ନାହିଁ । ଏଣିକି ଯାତ୍ରୀଙ୍କୁ କନଫର୍ମ ଟିକେଟ୍ କିମ୍ବା ଆରଏସି ହିଁ ପ୍ରଦାନ କରାଯିବ । ୱେଟିଂ ଲିଷ୍ଟରେ ରହିବା ସମସ୍ୟାରୁ ମୁକ୍ତି ମିଳିବ । ସେହିପରି ଟ୍ରେନର ତତ୍କାଳ ଟିକେଟ କ୍ୟାନସେଲ କରିବା ଉପରେ ୫୦ ପ୍ରତିଶତ ଅର୍ଥ ଯାତ୍ରୀଙ୍କୁ ଫେରସ୍ତ ମିଳିବ ।

Related story