ଏନ୍‌ଟିପିସି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାୟବରେଲିରେ ଥିବା ଏନ୍‌ଟିପିସି ପ୍ଲାଣ୍ଟର ବଏଲରେ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ପତ୍ୟକ୍ଷଦର୍ଶୀ କହିଛନ୍ତି,“ଷ୍ଟିମ୍ ପାଇପ୍‌ ଫାଟିବାରୁ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା। କ୍ଷଣିକ ମଧ୍ୟରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ନିଆଁ ୨୫ରୁ ୩୦ ଫୁଟ୍‌ ଉଚ୍ଚରେ ହୁହୁ ହୋଇ ଜଳିଥିଲା। ପାଇପ୍ ପାଖରେ କାମ କରୁଥିବା ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। କିଛି ଶ୍ରମିକଙ୍କ ଶରୀର […]

ntpc

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 10:27 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାୟବରେଲିରେ ଥିବା ଏନ୍‌ଟିପିସି ପ୍ଲାଣ୍ଟର ବଏଲରେ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଜଣେ ପତ୍ୟକ୍ଷଦର୍ଶୀ କହିଛନ୍ତି,“ଷ୍ଟିମ୍ ପାଇପ୍‌ ଫାଟିବାରୁ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା। କ୍ଷଣିକ ମଧ୍ୟରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ନିଆଁ ୨୫ରୁ ୩୦ ଫୁଟ୍‌ ଉଚ୍ଚରେ ହୁହୁ ହୋଇ ଜଳିଥିଲା। ପାଇପ୍ ପାଖରେ କାମ କରୁଥିବା ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। କିଛି ଶ୍ରମିକଙ୍କ ଶରୀର ଉପରେ ନିଆଁ ହୁଳା ପଡ଼ିଯାଇଛି। ଚାରିଆଡ଼େ କେବଳ ଚିତ୍କାର ହିଁ ଶୁଣା ଯାଉଥିଲା।”

ପ୍ଲାଣ୍ଟରେ କାମ କରୁଥିବା ଜଣେ ଶ୍ରମିକ କହିଛନ୍ତି,“ବିସ୍ଫୋରଣ ପରେ ମୃତ ଶରୀର ଏଣେତେଣେ ହୋଇ ପଡ଼ି ରହିଥିଲା। ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଆମେ ଶବ ଉପରେ ଦୌଡ଼ି ଦୌଡ଼ି ବାହାରକୁ ବାହାରିଥିଲୁ।”

Related story