କୋଲକାତା: ୨୦୧୫ରେ ପଶ୍ଚିମବଙ୍ଗଳାର ରାନାଘାଟ ଅଞ୍ଚଳର ଜଣେ ନନ୍ ବଳାତ୍କାର ଘଟଣାରେ ଜଣେ ବାଙ୍ଗଲାଦେଶୀ ନାଗରିକଙ୍କୁ ଆଜି ଏକ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିରିକ୍ତ ସେସନ୍ ଜର୍ଜ କୁମକୁମ୍ ସିହ୍ନା ଏହାକୁ ରାଜ୍ୟ ପାଇଁ ଏକ ଲଯ୍ୟାଜନକ ଘଟଣା ବୋଲି କହିଛନ୍ତି। ପଶ୍ଚିମ ବଙ୍ଗଳାର ଏହି ମାଟିରେ ଭଗିନୀ ନିବେଦିତା ଓ ମଦର ଟେରେସାଙ୍କ ପାଇଁ ପବିତ୍ର ହୋଇଥିବା ଏହି ମାଟିରେ ଜଣେ ନନଙ୍କୁ ଏଭଳି ଦୁଷ୍କର୍ମ କରାଯିବା ଘଟଣା ଅତ୍ୟନ୍ତ ଲର୍ଯ୍ୟାଦାୟୀ ବୋଲି କୋର୍ଟ ନିଷ୍ପତ୍ତିରେ ଶୁଣାଇଛନ୍ତି ।
ଏହି ଘଟଣାରେ ଗଣବଳାତ୍କାର ଦଫା ଲଗାଯାଇଥିଲେ ମଧ୍ୟ ଏହାକୁ କାର୍ଟରେ ସ୍ଥାପନ କରାଯାଇ ପାରିନାହିଁ । ଫଳତଃ କବଳ ଅଭିଯୁକ୍ତ ନଜରୁଲ ଇସ୍ଲାମ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବୁଧବାର ଦଣ୍ଡଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।