ମୁଁ ବୁଢ଼ା ହୋଇଗଲିଣି, ଶୁଣି ପାରୁ ନାହିଁ, ଚିଠି ଲେଖି ସମସ୍ୟା ଜଣାନ୍ତୁ: ଓବାମା

ୱାସିଂଟନ: ‘ମୁଁ ବୁଢ଼ା ହୋଇଗଲିଣି, ମୋତେ ଆପଣଙ୍କ କଥା ଶୁଣାଯାଉ ନାହିଁ। ମୋ ପାଖକୁ ଚିଠି ଲେଖନ୍ତୁ। ଏହା ଭଲ ହେବ।’ ଜଣେ ବିକ୍ଷୋଭକାରୀ ମହିଳାଙ୍କୁ ଉତ୍ତର ଦେଇ ଏମିତି କହିଛନ୍ତି ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ଓହାୟୋରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ସମର୍ଥନ କରି ଓବାମା ଭାଷଣ ଦେଉଥିବା ବେଳେ ଜଣେ ମହିଳା ଆଠ ମିନିଟ୍ ଧରି ଚିତ୍କାର କରି ଓବାମାଙ୍କୁ ବିରୋଧ କରିଥିଲେ। ମହିଳା ଜଣକ […]

barack-obama

Rakesh Mallick
  • Published: Friday, 14 October 2016
  • , Updated: 04 May 2017, 03:44 PM IST

ୱାସିଂଟନ: ‘ମୁଁ ବୁଢ଼ା ହୋଇଗଲିଣି, ମୋତେ ଆପଣଙ୍କ କଥା ଶୁଣାଯାଉ ନାହିଁ। ମୋ ପାଖକୁ ଚିଠି ଲେଖନ୍ତୁ। ଏହା ଭଲ ହେବ।’ ଜଣେ ବିକ୍ଷୋଭକାରୀ ମହିଳାଙ୍କୁ ଉତ୍ତର ଦେଇ ଏମିତି କହିଛନ୍ତି ଆମେରିକା ରାଷ୍ଟ୍ରପତି ବାରାକ ଓବାମା ।

ଓହାୟୋରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ସମର୍ଥନ କରି ଓବାମା ଭାଷଣ ଦେଉଥିବା ବେଳେ ଜଣେ ମହିଳା ଆଠ ମିନିଟ୍ ଧରି ଚିତ୍କାର କରି ଓବାମାଙ୍କୁ ବିରୋଧ କରିଥିଲେ। ମହିଳା ଜଣକ ଉଚ୍ଚ ସ୍ୱରରେ ‘ନୋ ମୋର ପାଇପଲାଇନ’ ବାରମ୍ବାର କହିବାକୁ ଲାଗିଥିଲେ। ଏହା ଶୁଣିବା ପରେ ଓବାମା ତାଙ୍କ କଥା ବୁଝି ପାରିଲେ ବୋଲି କହିଥିଲେ।

ଏହାସହ ସେ କହିଥିଲେ ଯେ ଆପଣଙ୍କର ଯାହା କହିବାର ଅଛି ଚିଠି ଲେଖି ଜଣାଅ। ତା’ର ଉତ୍ତର ମୁଁ ନିଶ୍ଚିତ ଦେବ।

Related story