ୱାସିଂଟନ୍: ବର୍ଣ୍ଣବୈଷମ୍ୟକୁ ନେଇ ବାରକ ଓବାମା କରିଥିବା ଏକ ଟ୍ୱିଟ୍ ଇତିହାସ ରଚିଛି। ଆଗଷ୍ଟ ୧୩ରେ ବର୍ଜିନିଆରେ ହୋଇଥିବା ଆକ୍ରମଣ ପରେ ଓବାମା ଏହି ଟ୍ୱିଟ୍ କରିଥିଲେ। ଯାହାକୁ ବର୍ତ୍ତମାନ ସୁଦ୍ଧା ୨୮ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଲେଣି।
ଏହି ଟ୍ୱିଟ୍ ସହ ଓବାମା ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଡେ କେୟା ସେଣ୍ଟରର ଝରକାରୁ ବାହାରକୁ ଚାହିଁଥିବା ତିନୋଟି ପିଲାଙ୍କୁ ଦେଖି ହସୁଛନ୍ତି। ପିଲାମାନେ ମଧ୍ୟ ତାଙ୍କୁ ଦେଖି ଖୁସି ଅନୁଭବ କରୁଛନ୍ତି। ଫଟୋଟିକୁ ଓବାମା ମରିଲ୍ୟାଣ୍ଡର ଏକ ଡେ କେୟାର ସେଣ୍ଟରରେ ଉଠାଇଥିଲେ। ଫଟୋରେ ସେ ଉଲ୍ଲେଖ କରିଛନ୍ତି ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ତା‘ର ବର୍ଣ୍ଣ ଓ ଧର୍ମକୁ ନେଇ ଘୃଣା କରିବା ପାଇଁ ଜନ୍ମ ନେଇ ନଥାଏ।