ପ୍ରଦୂଷଣ ଯନ୍ତ୍ରଣା: ଦିଲ୍ଲୀରେ ପୁଣି ଲାଗୁ ହେବ ଅଡ଼ ଇଭିନ୍‌ ନିୟମ!

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ପାଇଁ ଆଜି ମଧ୍ୟ ଭୟଙ୍କର ବାୟୁ ପ୍ରଦୂଷଣରେ ସଢୁଛି ରାଜଧାନୀ ଦିଲ୍ଲୀ। ପୁରା ସହର କୁହୁଡି ଓ ଧୁଆଁରେ ଆଚ୍ଛାଦିତ ହୋଇଛି।  ଭିଜିବିଲିଟି କମିଛି।  ପରିସ୍ଥିତିକୁ ନଜରରେ ରଖି ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ ପୁଣି ଲାଗୁ କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ୪୦୦ରୁ […]

HARINI HERO IMG-1

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 04:00 PM IST

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ପାଇଁ ଆଜି ମଧ୍ୟ ଭୟଙ୍କର ବାୟୁ ପ୍ରଦୂଷଣରେ ସଢୁଛି ରାଜଧାନୀ ଦିଲ୍ଲୀ। ପୁରା ସହର କୁହୁଡି ଓ ଧୁଆଁରେ ଆଚ୍ଛାଦିତ ହୋଇଛି।  ଭିଜିବିଲିଟି କମିଛି।  ପରିସ୍ଥିତିକୁ ନଜରରେ ରଖି ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ ପୁଣି ଲାଗୁ କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ୪୦୦ରୁ ୭୦୦ ମଧ୍ୟରେ ରେକର୍ଡ କରାଯାଇଛି।   ପଂଜାବୀ ବାଗ ଓ ଆର.କେ ପୁରମରେ ପ୍ରଦୂଷଣ ସ୍ତର ଅଚାନକ ବୃଦ୍ଧି ପାଇଛି।

ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତେ ପ୍ରଚୁର ପାଣି ପିଇବା ସହ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।   ସମସ୍ତଙ୍କୁ ସରକାରୀ ବସ୍ ଓ ମେଟ୍ରୋ ଟ୍ରେନ୍‌ରେ ଯାଆସ୍ କରିବାକୁ ନିବେଦନ କରାଯାଇଛି।  ଲୋକଙ୍କ ଆବଶ୍ୟକତାକୁ ଦେଖି ମେଟ୍ରୋ ଟ୍ରେନ ଅଧିକ ଥର ଚଳାଯାଉଛି। ପ୍ରଦୂଷଣ ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । ୪୧ଟି ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ୯ଟି ଟ୍ରେନର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି।  ୧୦ଟି ଟ୍ରେନ୍ ବାତିଲ କରାଯାଇଛି।

Related story