ସିବିଆଇ ନଂ୧-ନଂ୨ଙ୍କୁ ଛୁଟିରେ ପଠାଇଦେଲେ ସରକାର

ନୂଆଦିଲ୍ଲୀ: ସିବିଆଇରେ ଦୁଇ ଶୀର୍ଷ ପଦାଧିକାରୀଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ଆରମ୍ଭ ହେବାପରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୁଖ୍ୟ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ବର୍ତ୍ତମାନର ଯୁଗ୍ମ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଅନ୍ତରୀଣ କାଳୀନ ନିର୍ଦ୍ଦେଶକ ଦାୟିତ୍ୱ ନେବେ ବୋଲି ଜଣାଯାଇଛି। ଦୁଇ ମୁଖ୍ୟଙ୍କଠାରୁ କ୍ଷମତା ଅପସାରଣ ପାଇଁ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ୍‌ (ସିଭିସି)ରେ ନିର୍ଦ୍ଦେଶ ପାରିତ ହେବାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ୧୯୮୬ ବ୍ୟାଚ୍‌ […]

cbi-nageswar

cbi-nageswar

Subrat Kumar Nayak
  • Published: Wednesday, 24 October 2018
  • Updated: 24 October 2018, 09:03 AM IST

Sports

Latest News

ନୂଆଦିଲ୍ଲୀ: ସିବିଆଇରେ ଦୁଇ ଶୀର୍ଷ ପଦାଧିକାରୀଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ଆରମ୍ଭ ହେବାପରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୁଖ୍ୟ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ବର୍ତ୍ତମାନର ଯୁଗ୍ମ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଅନ୍ତରୀଣ କାଳୀନ ନିର୍ଦ୍ଦେଶକ ଦାୟିତ୍ୱ ନେବେ ବୋଲି ଜଣାଯାଇଛି। ଦୁଇ ମୁଖ୍ୟଙ୍କଠାରୁ କ୍ଷମତା ଅପସାରଣ ପାଇଁ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ୍‌ (ସିଭିସି)ରେ ନିର୍ଦ୍ଦେଶ ପାରିତ ହେବାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍ ନାଗେଶ୍ୱର ରାଓ ୨୦୧୬ ମସିହାରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ଧ୍ରପ୍ରଦେଶର ୱାରାଙ୍ଗାଲ୍‌ ଜନ୍ମିତ ଶ୍ରୀ ରାଓ ରାଷ୍ଟ୍ରପତି ପୁଲିସ୍‌ ମେଡାଲ୍‌ ପ୍ରାପ୍ତ ଏବଂ ଓଡ଼ିଶାରେ ରେଲ୍‌ୱେ ଏଡିଜି, ମୟୁରଭଞ୍ଜ, ନବରଙ୍ଗପୁର,ବରଗଡ଼ ଏବଂ ଜଗତସିହପୁର ଆଦି ଜିଲ୍ଲାରେ ଏସ୍‌ପି ଏବଂ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଭାବେ ପୂର୍ବରୁ ଦାୟିତ୍ୱ ତୁଲାଇଥିଲେ। ସେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଲାଞ୍ଚ ନେଇଥିବା ଅଭିଯୋଗରେ ଫସିଥିବା ଅସ୍ଥାନା ତାଙ୍କ ଉପର ଅଧିକାରୀଙ୍କ ବିରୋଧରେ ସରକାରଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ମଙ୍ଗଳବାର ସେ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଚ୍ୟାଲେଞ୍ଜ କରି ଗିରଫଦାରୀରୁ ବଞ୍ଚିବାର ପ୍ରୟାସ କରିଥିଲେ, ଯେଉଁଥିରେ ସେ ଆଂଶିକ ସଫଳ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଦର୍ଶାଇଛନ୍ତି ସୋମବାର ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos