ପ୍ରସୂତିଙ୍କ ଭାର ବୋହି ଚର୍ଚ୍ଚାକୁ ଆସିଥିବା ଡାକ୍ତର ସମ୍ବର୍ଦ୍ଧିତ: ଗୋପବନ୍ଧୁ ସମ୍ନାନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଏଥର ଗୋପବନ୍ଧୁ ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷଠାରୁ ଏହି ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର । ମାଲକାନଗିରି ଜିଲାରେ ଜଣେ ପ୍ରସୂତିଙ୍କୁ ଭାରାରେ ବୁହାଇ ଡାକ୍ତରଖାନା ନେଇଥିବା ଡାକ୍ତର ଓମ୍‌କାର ହୋତାଙ୍କୁ ସଚିବାଳୟରେ ସମ୍ପର୍ଦ୍ଧିତ କରିବା ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ଗମନାଗମନ ପାଇଁ ସୁବନ୍ଦୋବସ୍ତ ନ ଥିବାରୁ ଅନେକ ସମୟରେ […]

vlcsnap-3291-12-25-15h20m01s299

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 10:58 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଏଥର ଗୋପବନ୍ଧୁ ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷଠାରୁ ଏହି ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର । ମାଲକାନଗିରି ଜିଲାରେ ଜଣେ ପ୍ରସୂତିଙ୍କୁ ଭାରାରେ ବୁହାଇ ଡାକ୍ତରଖାନା ନେଇଥିବା ଡାକ୍ତର ଓମ୍‌କାର ହୋତାଙ୍କୁ ସଚିବାଳୟରେ ସମ୍ପର୍ଦ୍ଧିତ କରିବା ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ଗମନାଗମନ ପାଇଁ ସୁବନ୍ଦୋବସ୍ତ ନ ଥିବାରୁ ଅନେକ ସମୟରେ ଲୋକେ ସ୍ୱାସ୍ଥ୍ୟ ସମସ୍ୟାରେ ପଡି ଡାକ୍ତରଖାନା ଯାଇପାରନ୍ତି ନାହିଁ । ଆମ୍ବୁଲାନ୍ସ ପହଞ୍ଚିପାରୁ ନ ଥିବାରୁ ଆପତ୍ତକାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଥାଏ। ନିକଟରେ ଏମିତି ଗୋଟିଏ ଘଟଣା ଚର୍ଚ୍ଚା ପରିସରକୁ ଆସିଥିଲା।  ଯେଉଁଥିପାଇଁ ଲୋକଲୋଚନକୁ ଆସିଥିଲେ ଡାକ୍ତର ଓମ୍‌କାର।

ଓମ୍‌କାର ଏହି ଜିଲାର ଚିତ୍ରକୋଣ୍ଡା ବ୍ଲକଠାରୁ ୧୫୦ କିମି ଦୂରବର୍ତ୍ତି ଦୁର୍ଗମ ଅଞ୍ଚଳ ପାପଲୁର ଡାକ୍ତରଖାନାର କାର୍ଯ୍ୟରତ । ବୁଧବାର ତାଙ୍କ ଡାକ୍ତରଖାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ  ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଥିବା ଖବର ମିଳିଥିଲା। ଓମ୍‌କାର ସେଠାକୁ ଯାଇ ଚିକିତ୍ସା କରିଥିଲେ ମଧ୍ୟ ମହିଳାଙ୍କ  ଅବସ୍ଥା ଗୁରୁତର ହୋଇପଡିଥିଲା। ଫଳରେ ଡାକ୍ତରଖାନା ନେବା ନିହାତି ଆବଶ୍ୟକ ହୋଇପଡିଲା। କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ମହିଳାଙ୍କୁ ଏକ ଖଟିଆର ବାନ୍ଧି ଅନ୍ୟ ଗ୍ରାମବାସୀଙ୍କ ସହ ଓମ୍‌କାର ନିଜ ଭାର ବୋହି ଡାକ୍ତରଖାନା ଆଣିଥିଲେ। ଘଟଣା ପ୍ରଚାରିତ ହେବା ପରେ ଡାକ୍ତରଙ୍କ ମାନବିକତା ସର୍ବସମ୍ମୁଖକୁ ଆସିଥିଲା।

ଏହି ଘଟଣାରୁ ଅନୁପ୍ରାଣିତ ହୋଇ ସରକାର ଗୋପବନ୍ଧୁ ସମ୍ନାନ ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଯାହା ଭବିଷ୍ୟତରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛ।

Related story