ଆଗାମୀ ଦିନରେ ଓଡ଼ିଶା କରୋନାର ହଟସ୍ପଟ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନରେ ଓଡ଼ିଶା କରୋନାର ହଟସ୍ପଟ ହେବାକୁ ଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ହର୍ଷବର୍ଦ୍ଧନ। ଆଜି ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର […]

HARSH BARDHAN

Subhransu Sekhar
  • Published: Thursday, 07 May 2020
  • , Updated: 07 May 2020, 10:05 PM IST

ନୂଆଦିଲ୍ଲୀ: ଆଗାମୀ ଦିନରେ ଓଡ଼ିଶା କରୋନାର ହଟସ୍ପଟ ହେବାକୁ ଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ହର୍ଷବର୍ଦ୍ଧନ।

ଆଜି ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ମନ୍ତ୍ରୀ। ରାଜ୍ୟରେ କୋଭିଡ୍ ଟେଷ୍ଟ୍ ସୁବିଧା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉପଯୁକ୍ତ ଟେଷ୍ଟ୍ ସୁବିଧା ବିନା ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ଆଜି ଓଡ଼ିଶାରେ ମୋଟ୍ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ହୋଇଥିବା ବେଳେ ବାକି ପଶ୍ଚିମବଙ୍ଗର। ଅନ୍ୟପଟେ ପଶ୍ଚିମବଙ୍ଗରୁ ଅନେକ ଓଡ଼ିଆ ସୀମା ଅତିକ୍ରମ କରି ଗଳା ବାଟରେ ଓଡ଼ିଶା ପ୍ରବେଶ କରୁଛନ୍ତି। ସେମାନେ କରୋନାରେ ଆକ୍ରାନ୍ତ ହୋଇନଥିବେ ତାହା କହିହେବ ନାହିଁ। କାରଣ ପଶ୍ଚିମବଙ୍ଗରେ ଏବେ ୯୨ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ପଶ୍ଚିମବଙ୍ଗ ସରକାର ଆକଳନ କରିଛନ୍ତି। ଏପରି ସ୍ଥିତିରେ ପ୍ରବାସୀଙ୍କ ପାଇଁ ଓଡ଼ିଶା ହଟସ୍ପଟରେ ପରିଣତ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ଏଯାବତ ୨୧୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୧୫୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ଏକାନ୍ତବାସ କେନ୍ଦ୍ରରେ ରହିଛନ୍ତି।

Related story