ରୁଷ ଠାରୁ ୨୫ ପ୍ରତିଶତ ତୈଳ ଆମଦାନୀ ବଢ଼ାଇଛି ଭାରତ

ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ମିଳୁଛି ଅଶୋଧିତ ତୈଳ। ଏହାକୁ ଦୃଷ୍ଟିରେ ରଖି ତୈଳ ଆମଦାନୀ ବଢ଼ାଇବାରେ ଲାଗିଛି ଭାରତ। କିଛିମାସ ଭିତରେ ରୁଷ ଠାରୁ ୨୫ ପ୍ରତିଶତ ତୈଳ ଆମଦାନି ବଢ଼ାଇଛି ଭାରତ। ଭାରତ ନିଜ କମ୍ପାନୀମାନଙ୍କୁ ମଧ୍ୟ ଶସ୍ତାରେ ମିଳୁଥିବା ଏହି ତୈଳ ଅଧିକ ମାତ୍ରାରେ କିଣିବାକୁ ପରାମର୍ଶ ଜାରି କରିଛି। ଏହି କାରଣରୁ ରୁଷକୁ ଅଧିକ ରାଜସ୍ୱ ମଧ୍ୟ ମିଳୁଛି। ଯେତେବେଳେ ଗୋଟାଏ ପଟେ ୟୁକ୍ରେନ୍ ସହ ଯୁଦ୍ଧ ପରେ ୟୁରୋପୀୟ ଦେଶମାନେ […]

oil

  • Published: Wednesday, 22 June 2022
  • , Updated: 22 June 2022, 06:58 PM IST

ନୂଆଦିଲ୍ଲୀ: ରୁଷ ଠାରୁ ଶସ୍ତାରେ ମିଳୁଛି ଅଶୋଧିତ ତୈଳ। ଏହାକୁ ଦୃଷ୍ଟିରେ ରଖି ତୈଳ ଆମଦାନୀ ବଢ଼ାଇବାରେ ଲାଗିଛି ଭାରତ। କିଛିମାସ ଭିତରେ ରୁଷ ଠାରୁ ୨୫ ପ୍ରତିଶତ ତୈଳ ଆମଦାନି ବଢ଼ାଇଛି ଭାରତ। ଭାରତ ନିଜ କମ୍ପାନୀମାନଙ୍କୁ ମଧ୍ୟ ଶସ୍ତାରେ ମିଳୁଥିବା ଏହି ତୈଳ ଅଧିକ ମାତ୍ରାରେ କିଣିବାକୁ ପରାମର୍ଶ ଜାରି କରିଛି। ଏହି କାରଣରୁ ରୁଷକୁ ଅଧିକ ରାଜସ୍ୱ ମଧ୍ୟ ମିଳୁଛି।

ଯେତେବେଳେ ଗୋଟାଏ ପଟେ ୟୁକ୍ରେନ୍ ସହ ଯୁଦ୍ଧ ପରେ ୟୁରୋପୀୟ ଦେଶମାନେ ରୁଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ରୁଷ ସହ ଭାରତ ବ୍ୟାପାର ସମ୍ପର୍କ ବଢ଼ାଇବାରେ ଲାଗିଛି। ରୁଷ ଠାରୁ ଗତ ଫେବୃଆରୀରେ ଭାରତ ୩୦ ହାଜର ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିଲା, ଜୁନରେ ଏହା ବଢ଼ି ୧୦ ଲକ୍ଷ ବ୍ୟାରେଲ ହୋଇଯାଇଛି। ଅନ୍ତରାଷ୍ଟ୍ରୀୟ ଉର୍ଜ୍ଜା ଏଜେନ୍ସି ମୁତାବକ ଏହି ମାତ୍ରା ରୁଷ ଠାରୁ ୟୁରୋପ ଆମଦାନୀ କରୁଥିବା ତୈଳ ପରିମାଣର ଏକ ଚତୁର୍ଥାଂଶରୁ ଅଧିକ। ତେଣେ ୟୁରୋପୀୟ ସଂଘ ରୁଷ ତୈଳ ନେଇ ଯାଉଥିବା ଜାହାଜର ବୀମା ଉପରେ ଆସନ୍ତା ଡିସେମ୍ବରରୁ ପ୍ରତିବନ୍ଧକ ଲଗାଉଥିବାରୁ ଏହାର ସମାଧାନ ନିମନ୍ତେ ଭାରତ ନିଜର ପ୍ରୟାଶ ଆରମ୍ଭ କରିଛି। ଯେପରି ଏହା ଆଗକୁ ତୈଳ ଅମଦାନୀ ଉପରେ କୌଣସି ପ୍ରଭାବ ପକାଇବନି।

ଓ୍ୱାଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ମୁତାବକ, ରୁଷରୁ ମିଳୁଥିବା ଶସ୍ତା ତୈଳକୁ ଭାରତ ହାତଛଡ଼ା କରିବାକୁ ଚାହୁଁନି। ଭାରତର ଜଣେ ଅଧିକାରୀଙ୍କ କହିବା ମୁତାବକ, ସରକାର କେବେ ବି ତୈଳ କମ୍ପାନୀମାନଙ୍କୁ ରୁଷ ତୈଳ କିଣିବାକୁ ନିର୍ଦ୍ଦେଶ ଦେଇନାହାନ୍ତି। ତେବେ ରୁଷର ଅଶୋଧିତ ତୈଳ ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ ବହୁ ଦେଶ ଏହାର ଆବଦାନୀ କରୁଛନ୍ତି। ସୂଚନା ଥାଉକି, ୟୁକ୍ରେନ୍‌ ସହ ଯୁଦ୍ଧ ପରେ ପଶ୍ଚିମ ଦେଶମାନେ ରୁଷ ଠାରୁ ତୈଳ କିଣିବା କମାଇ ଦେଇଛନ୍ତି ଏବଂ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ରୁଷ କମ୍ପାନୀକୁ ଖୁବ୍ କ୍ଷତି ହେଉଛି। ତେବେ ଯଦି ରୁଷ ଠାରୁ ଭାରତ ଗ୍ୟାସ୍ ଓ ତୈଳ ଆମଦାନୀ ବଢ଼ାଏ ତେବେ ଏହା ରୁଷର କମ୍ପାନୀଗୁଡ଼ିକ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରଭାବକୁ ହ୍ରାସ କରିବ।

ଭାରତ ସହିତ ଚିନ୍ ଏବଂ ତୁର୍କୀ ମଧ୍ୟ ରୁଷ ତୈଳ କିଣିବାରେ ପ୍ରମୁଖ ଭୂମିକା ନେବାରେ ଲାଗିଛନ୍ତି। ଯାହା ରୁଷର ତୈଳ କମ୍ପାନୀଗୁଡ଼ିକୁ ବେଶ ଫାଇଦା ଦେଉଛି।

ସୂଚନା ଥାଉକି, ୟୁକ୍ରେନ ଯୁଦ୍ଧ ପରେ ତୈଳ ଦର ବୃଦ୍ଧି ପାଇଥିଲା। ଯାହା ଏବେ ସାମାନ୍ୟ ସ୍ଥିତିକୁ ଫେରିଛି।

Related story