ପୁରୁଣା ୫୦୦ ଟଙ୍କା ନୋଟ୍‌ ପ୍ରଚଳନ ସମୟ ସୀମା ଡିସେମ୍ବର ୧୫କୁ ବୃଦ୍ଧି

ନୂଆଦିଲ୍ଲୀ: ପୁରୁଣା ନୋଟ୍‌ କାରବାର କ୍ଷେତ୍ରରେ କେନ୍ଦ୍ର ସରକାର ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଡିସେମ୍ବର ୧୫ ପର୍ଯ୍ୟନ୍ତ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହା କେବଳ ସରକାରୀ କ୍ଷେତ୍ରରେ ପ୍ରଚଳନ ହେବ। ପାଣି ଓ ବିଦ୍ୟୁତ୍ ବିଲ କ୍ଷେତ୍ରରେ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରାଯିବ। ସେହିପରି ପେଟ୍ରୋଲ ପମ୍ପରେ ମଧ୍ୟ ଏହାକୁ ଗ୍ରହଣ କରାଯିବ। ସମବାୟ ଭଣ୍ଡାର ଗୁଡିକରେ ଏକା ଥରକେ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ […]

500

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 10:53 PM IST

ନୂଆଦିଲ୍ଲୀ: ପୁରୁଣା ନୋଟ୍‌ କାରବାର କ୍ଷେତ୍ରରେ କେନ୍ଦ୍ର ସରକାର ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଡିସେମ୍ବର ୧୫ ପର୍ଯ୍ୟନ୍ତ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହା କେବଳ ସରକାରୀ କ୍ଷେତ୍ରରେ ପ୍ରଚଳନ ହେବ। ପାଣି ଓ ବିଦ୍ୟୁତ୍ ବିଲ କ୍ଷେତ୍ରରେ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରାଯିବ। ସେହିପରି ପେଟ୍ରୋଲ ପମ୍ପରେ ମଧ୍ୟ ଏହାକୁ ଗ୍ରହଣ କରାଯିବ। ସମବାୟ ଭଣ୍ଡାର ଗୁଡିକରେ ଏକା ଥରକେ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ରେ କିଣାଯାଇ ପାରିବ।

ତେବେ ଆଜିଠାରୁ ୧୦୦୦ ଟଙ୍କିଆ ନୋଟ୍‌ କାରବାର ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହି ନୋଟ୍‌ କେବଳ ବ୍ୟାଙ୍କ କାଉଣ୍ଟରରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜମା କରିହେବ। ପୂର୍ବରୁ ବ୍ୟାଙ୍କରେ ଚାଲିଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏବେ ବ୍ୟାଙ୍କ କାଉଣ୍ଟରରେ ଏହାକୁ କେବଳ ଜମା କରିହେବ।

Related story