ନଭେମ୍ବର ୩୦ ପର୍ଯ୍ୟନ୍ତ ଘରୋଇ ଡାକ୍ତରଖାନାରେ ପୁରୁଣା ନୋଟ୍ ପ୍ରଚଳନ କରିବାକୁ ଅଖିଳେଶଙ୍କ ଅନୁରୋଧ

ଲକ୍ଷ୍ନୌ: ଗରିବମାନଙ୍କ ସୁବିଧା ପାଇଁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗୁଡ଼ିକୁ ଘରୋଇ ହସ୍‌ପିଟାଲ୍‌ରେ ପ୍ରଚଳନ କରିବାକୁ ଅନୁମତି ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି। ପୃଥକ ପୃଥକ ଚିଠି ଲେଖି ସେ ଏହି ଅନୁରୋଧ କରିଛନ୍ତି। ସେ କହିଛନ୍ତି,“ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବନ୍ଦ କରି ଦିଆଯାଇଥିବା ଯୋଗୁଁ ଗରିବ […]

AkhileshYadav

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 03:57 PM IST

ଲକ୍ଷ୍ନୌ: ଗରିବମାନଙ୍କ ସୁବିଧା ପାଇଁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗୁଡ଼ିକୁ ଘରୋଇ ହସ୍‌ପିଟାଲ୍‌ରେ ପ୍ରଚଳନ କରିବାକୁ ଅନୁମତି ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି। ପୃଥକ ପୃଥକ ଚିଠି ଲେଖି ସେ ଏହି ଅନୁରୋଧ କରିଛନ୍ତି।

ସେ କହିଛନ୍ତି,“ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବନ୍ଦ କରି ଦିଆଯାଇଥିବା ଯୋଗୁଁ ଗରିବ ଲୋକମାନେ ହଇରାଣ ହେଉଛନ୍ତି। ବିଶେଷ କରି ମେଡିକାଲ୍ ଓ ନର୍ସିଂହୋମ ଆଦିରେ ଭର୍ତ୍ତି ହୋଇଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ତେଣୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘରୋଇ ଡାକ୍ତରଖାନା, ନର୍ସିଂହୋମ ଓ ଔଷଧ ଦୋକାନଗୁଡ଼ିକରେ ପୁରୁଣା ନୋଟ୍‌ଗୁଡ଼ିକୁ ପ୍ରଚଳନ କରିବାକୁ ଅନୁମତି ଦିଆଯାଉ।”

Related story