ଅଲିଭର ଓ ହଲ୍ମଷ୍ଟର୍ମ ପାଇବେ ଅର୍ଥନୀତି ପାଇଁ ନୋବେଲ୍‌

ଷ୍ଟକ୍‌ହୋମ୍: ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବ୍ରିଟେନ୍‌ରେ ଜନ୍ମଗ୍ରହଣ କରିଥିବା ଅଲିଭର ହାର୍ଟ ଓ ଫିନ୍‌ଲାଣ୍ଡର ବେଙ୍ଗଟ ହଲ୍ମଷ୍ଟର୍ମ। “କଣ୍ଟ୍ରାକ୍ଟ ଥିଓରୀ” ପାଇଁ ଏହି ଦୁଇ ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ମେଡ଼ିସିନ୍ ପାଇଁ ଜାପାନର ୟୋସିନୋରି ଓସୁମି ନୋବେଲ୍ ପୁରସ୍କାର ପାଇବାକୁ […]

oliver-hart

Rakesh Mallick
  • Published: Monday, 10 October 2016
  • , Updated: 04 May 2017, 03:44 PM IST

ଷ୍ଟକ୍‌ହୋମ୍: ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବ୍ରିଟେନ୍‌ରେ ଜନ୍ମଗ୍ରହଣ କରିଥିବା ଅଲିଭର ହାର୍ଟ ଓ ଫିନ୍‌ଲାଣ୍ଡର ବେଙ୍ଗଟ ହଲ୍ମଷ୍ଟର୍ମ। “କଣ୍ଟ୍ରାକ୍ଟ ଥିଓରୀ” ପାଇଁ ଏହି ଦୁଇ ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଛି।

ଏହା ପୂର୍ବରୁ ଗତ ସପ୍ତାହରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ମେଡ଼ିସିନ୍ ପାଇଁ ଜାପାନର ୟୋସିନୋରି ଓସୁମି ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଡାଭିଡ୍ ଥାଉଲେସ୍‌, ଡୁନ୍‌କାନ୍‌ ହାଲଡେନ୍‌ ଓ ମାଇକେଲ୍ କୋଷ୍ଟେରଲିଜ୍‌ ପଦାର୍ଥ ବିଜ୍ଞାନ ପାଇଁ ଏବଂ ଜିନ୍‌ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଓ ବାର୍ନାଡ ଏଲ୍‌. ଫେରିଙ୍ଗା ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଶାନ୍ତି ପାଇଁ ଚଳିତ ବର୍ଷ  କଲମ୍ବିଆ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସାଣ୍ଟୋସ ମନୋନୀତ ହୋଇଛନ୍ତି।

Related story