ହୃଦ୍‌ଘାତରେ ଓମ୍‌ ପୁରୀଙ୍କ ପରଲୋକ

ମୁମ୍ବାଇ: ବର୍ଷୀୟାନ ଅଭିନେତା ଓମ୍‌ ପୁରୀଙ୍କର ଆଜି ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ବଲିଉଡ୍‌ ସହିତ ସେ ପାକିସ୍ତାନୀ, ବ୍ରିଟିଶ୍ ଓ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶତାଧିକ ଫିଲ୍ମରେ ଅଭିନୟ କରିଥିବା ଏହି ବର୍ଷୀୟାନ ଅଭିନେତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ୧୯୫୦ ଅକ୍ଟୋବର ୧୮ ତାରିଖରେ ହରିଆଣାର […]

ompuri

Rakesh Mallick
  • Published: Friday, 06 January 2017
  • , Updated: 08 January 2017, 07:29 AM IST

ମୁମ୍ବାଇ: ବର୍ଷୀୟାନ ଅଭିନେତା ଓମ୍‌ ପୁରୀଙ୍କର ଆଜି ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।

ବଲିଉଡ୍‌ ସହିତ ସେ ପାକିସ୍ତାନୀ, ବ୍ରିଟିଶ୍ ଓ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶତାଧିକ ଫିଲ୍ମରେ ଅଭିନୟ କରିଥିବା ଏହି ବର୍ଷୀୟାନ ଅଭିନେତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।

୧୯୫୦ ଅକ୍ଟୋବର ୧୮ ତାରିଖରେ ହରିଆଣାର ଅମ୍ବାଲାରେ ଜନ୍ମ ହୋଇଥିଲେ ଓମ୍ ପୁରୀ। ସେ ଉଭୟ ଏଫ୍‌ଟିଆଇଆଇ ପୁନେ ଓ ଏନ୍‌ଏସ୍‌ଡି ଦିଲ୍ଲୀର ଛାତ୍ର ଥିଲେ। ଏନ୍‌ଏସ୍‌ଡିରେ ନାସିରୁଦ୍ଦିନ ଶାହ ତାଙ୍କ ସହପାଠୀ ଥିଲେ।

୧୯୭୬ରେ ସେ ପ୍ରଥମେ ଫିଲ୍ମରେ ଅଭିନୟ କରିଥିଲେ। ଏହା ଏକ ମରାଠୀ ଫିଲ୍ମ ଥିଲା। ଏହାର ନାଁ ଥିଲା ‘ଘାସିରାମ କୋଟୱାଲ୍‌’। ‘ଭବାନୀ ଭାବି’, ‘ଆକ୍ରୋଶ’, ‘ଗାନ୍ଧୀ’, ‘ଆରୋହଣ’, ‘ଅର୍ଦ୍ଧସତ୍ୟ’, ‘ମିର୍ଚ ମସାଲା’, ‘ମାଚିସ୍’, ‘ଚାଚି ୪୨୦’, ‘ହେ ରାମ୍’, ‘ଗଦ୍ଦର-ଏକ୍ ପ୍ରେମ୍ କଥା’, ‘ଯୁବା’, ‘ଦେବ’, ‘ରଙ୍ଗ୍ ଦେ ବସନ୍ତୀ’, ‘ଚୁପ୍‌ କେ ଚୁପ୍ କେ’, ‘ଦିଲ୍ଲୀ-୬’, ‘ଦବଙ୍ଗ’, ‘ଖାପ୍’ ଓ ‘ଘାୟଲ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ।

୧୯୮୮ରେ ଦୂରଦର୍ଶନରେ ପ୍ରସାରଣ ହୋଇଥିବା ‘ଭାରତ୍‌ କି ଖୋଜ୍‌’ରେ ସେ ଅନେକ ଭୂମିକାରେ ଅଭିନୟ କରିଥିଲେ।

‘ଆକ୍ରୋଶ’ ପାଇଁ ସେ ୧୯୮୧ରେ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ୧୯୮୨ରେ ‘ଆରୋହଣ’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୮୪ରେ ‘ଅର୍ଦ୍ଧ ସତ୍ୟ’ ପାଇଁ ମଧ୍ୟ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୯୯ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୯ରେ ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାର ପାଇଥିଲେ।

Related story