ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଆହ୍ୱାନ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ଆଜି ଜାତୀୟ ହିନ୍ଦୀ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ। ଅମିତ ଶାହ ଟୁଇଟ୍ କରି ଆଜି […]

amit saha

Subhransu Sekhar
  • Published: Saturday, 14 September 2019
  • , Updated: 14 September 2019, 01:43 PM IST

ନୂଆଦିଲ୍ଲୀ: ଆଜି ଜାତୀୟ ହିନ୍ଦୀ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଗୋଟିଏ ଦେଶ, ଗୋଟିଏ ଭାଷାକୁ ଗୁରୁତ୍ୱ ଦେଇଛନ୍ତି ଶାହ। ଜାତିର ପିତା ମହାତ୍ମା ଗାନ୍ଧି, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ପାଇ ପଟେଲଙ୍କ ସ୍ୱପ୍ନ ସାକାର କରିବା ପାଇଁ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଅମିତ ଶାହ।

ଅମିତ ଶାହ ଟୁଇଟ୍ କରି ଆଜି ଉଲ୍ଲେଖ କରିଛନ୍ତି ଭାରତରେ ବିଭିନ୍ନ ଭାଷାଭାଷୀର ଲୋକ ରୁହନ୍ତି। ପ୍ରତ୍ୟେକ ଭାଷାର ମହତ୍ୱ ଏବଂ ଗୁରୁତ୍ୱ ରହିଛି। କିନ୍ତୁ ଦେଶର ଗୋଟିଏ ଭାଷା ରହିବା ଆବଶ୍ୟକ, ଯାହାକି ବିଶ୍ୱରେ ଭାରତକୁ ପରିଚିତ କରାଇବ ବୋଲି ସେ କହିଛନ୍ତି। ଆଜି ଯଦି ସାରା ଦେଶକୁ କୌଣସି ଗୋଟିଏ ଭାଷା ଏକଜୁଟ କରିପାରିବ ତାହା ହେଉଛି ହିନ୍ଦୀ ଭାଷା ବୋଲି ଶାହ କହିଛନ୍ତି।

ତେଣୁ ହିନ୍ଦୀ ଦିବସ ଅବସରରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ମାତୃଭାଷାକୁ ଗୁରୁତ୍ୱ ଦେବା ସହିତ ହିନ୍ଦୀ ଭାଷାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ।

https://twitter.com/AmitShah/status/1172698036281081857

ଏହି ଅବସରରେ କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ମଧ୍ୟ ଟୁଇଟ୍ କରି ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀ ଭାଷା ହିଁ ଦେଶକୁ ଏକତ୍ରିତ କରି ପାରିଛି ବୋଲି ସେ କହିଛନ୍ତି।

ହିନ୍ଦୀ ଦିବସ ପ୍ରତ୍ୟେକ ବର୍ଷ ୧୪ ସେପ୍ଟେମ୍ୱରରେ ପାଳିତ ହୁଏ। କାରଣ ଏହି ତାରିଖରେ ସମ୍ୱିଧାନ ହିନ୍ଦୀ ଭାଷାକୁ ଜାତୀୟ ଭାଷା ଭାବରେ ମାନ୍ୟତା ଦେଇଥିଲା।

ସୂଚନାଯୋଗ୍ୟ, ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା କରିବା ନେଇ ଦକ୍ଷିଣ ରାଜ୍ୟ ଗୁଡ଼ିକ ବିରୋଧ କରିଆସୁଛନ୍ତି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ହିନ୍ଦୀ ଭାଷାକୁ ଜାତୀୟ ଭାଷାର ମାନ୍ୟତା ନେଇ ବିରୋଧ କରି ଆସୁଛନ୍ତି।

Related story