ମାଡ଼ିଗଲା ଲୌହ ଦାନବ; ଲିଭିଗଲା ୭ ଜୀବନ ଦୀପ

ବିଶାଖାପାଟଣା: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଲିଭିଗଲା ୭ ଜୀବନ ଦୀପ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ  ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଘଟିଛି ଏହି ଭୟାବହ ଦୁର୍ଘଟଣା। ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଓ ଅନ୍ୟ ୨ ଜଣ ଆସାମର। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ,  କୋଏମ୍ବାଟୁର-ସିଲଚର […]

train

Niharika Rout
  • Published: Tuesday, 12 April 2022
  • , Updated: 12 April 2022, 02:42 PM IST

ବିଶାଖାପାଟଣା: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ଲିଭିଗଲା ୭ ଜୀବନ ଦୀପ । ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶ  ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଘଟିଛି ଏହି ଭୟାବହ ଦୁର୍ଘଟଣା।

ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ଓ ଅନ୍ୟ ୨ ଜଣ ଆସାମର। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ଘର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ,  କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନ୍‌ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା। ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ଇଞ୍ଜିନ ଖରାପ ହେବାରୁ ଟ୍ରେନ୍‌ଟି ଅଟକିଥିଲା। ଏହି ସମୟରେ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ଟ୍ରାକ୍‌ରେ ବୁଲୁଥିଲେ। ହୁଏତ କିଛି ସମୟ ପରେ ଟ୍ରେନ୍‌ ଠିକ୍‌ ହୋଇଥିଲେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୂଖେ ଯାଇଥା’ନ୍ତେ। ହେଲେ ବିଧିର ବିଧାନ ଥିଲା ଅଲଗା। କିଛି ବୁଝିବା ଆଗରୁ ରାତିର ଅନ୍ଧକାରରେ ମାଡ଼ି ଆସିଲା ମୃତ୍ୟୁ।

ଅପର ପାର୍ଶ୍ୱରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଟ୍ରାକ୍‌ରେ ଥିବା ୭ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଶ୍ରୀକାକୁଲମ ଏସ୍‌ପି ଜି. ଆର ରାଧିକାଙ୍କ କହିବା ମୁତାବକ, ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୁଲିସ୍‌ ଓ ରେଲୱେ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌ ଜଗନ ମୋହନ ରେଡ୍ଡି। ଦୁର୍ଘଟଣାରେ ଆହତଙ୍କୁ ତତ୍କାଳ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story