ମଙ୍ଗଳ ଗ୍ରହକୁ ଯିବାକୁ ମନ, ଟିକେଟ୍‌ ପାଇଁ ଲକ୍ଷେ ଭାରତୀୟଙ୍କ ଆବେଦନ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯାତ୍ରା କରିବା ପାଇଁ ପ୍ରାୟ ୧ଲକ୍ଷ ଭାରତୀୟ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୮ ମସିହାରରେ ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ଏକ ଫ୍ଲାଇଟ୍‌ ଯାତ୍ରା କରିବ। ଏଥିପାଇଁ ୧,୩୮,୮୯୯ ଭାରତୀୟ ଟିକେଟ୍‌ ବୁକିଂ ପାଇଁ ଆବେଦନ କରିଛନ୍ତି। ନାସା ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଆବେଦନ କରିଛନ୍ତି ସେମାନଙ୍କୁ ଅନ୍‌ଲାଇନ୍‌ରେ ହିଁ ବୋର୍ଡିଂ ପାସ୍‌ ଦିଆଯିବ। ଯେଉଁମାନଙ୍କୁ ମଙ୍ଗଳ ଗ୍ରହକୁ ଯିବା ପାଇଁ ମନୋନୀତ କରାଯିବ ସେମାନଙ୍କ ନାଁ ଏକ ସିଲିକନ୍‌ […]

mars

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 12:59 PM IST

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯାତ୍ରା କରିବା ପାଇଁ ପ୍ରାୟ ୧ଲକ୍ଷ ଭାରତୀୟ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୮ ମସିହାରରେ ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ଏକ ଫ୍ଲାଇଟ୍‌ ଯାତ୍ରା କରିବ। ଏଥିପାଇଁ ୧,୩୮,୮୯୯ ଭାରତୀୟ ଟିକେଟ୍‌ ବୁକିଂ ପାଇଁ ଆବେଦନ କରିଛନ୍ତି। ନାସା ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଆବେଦନ କରିଛନ୍ତି ସେମାନଙ୍କୁ ଅନ୍‌ଲାଇନ୍‌ରେ ହିଁ ବୋର୍ଡିଂ ପାସ୍‌ ଦିଆଯିବ।

ଯେଉଁମାନଙ୍କୁ ମଙ୍ଗଳ ଗ୍ରହକୁ ଯିବା ପାଇଁ ମନୋନୀତ କରାଯିବ ସେମାନଙ୍କ ନାଁ ଏକ ସିଲିକନ୍‌ ମାଇକ୍ରୋଚିପ୍‌ରେ ଇଲେକ୍‌ଟ୍ରୋନ୍‌ ମାଇକ୍ରୋବିମ୍‌ ଦ୍ୱାରା ଲେଖାଯିବ।

ଏକ ମିଡିଆ ରିପୋର୍ଟ ଅନୁସାରେ ନାସା ପାଖକୁ ପ୍ରାୟ ଦୁଇ କୋଟି ୪୨ ଲକ୍ଷ ଲୋକଙ୍କ ନାଁ ଆସିଛି। ନାସା ଅନୁସାରେ ମଙ୍ଗଳ ଗ୍ରହକୁ ଯିବାରେ ଆଶୟୀଙ୍କ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା ଓ ଦ୍ୱିତୀୟ ସ୍ଥାନରେ ଚୀନ ରହିଛି।”

ମଙ୍ଗଳକୁ ଯାତ୍ରା କରିବା ପାଇଁ ଆମେରିକାରୁ ୬,୭୬,୭୭୩ ଓ ଚୀନରୁ ୨,୬୨,୭୫୨ ଲୋକଙ୍କ ନାଁ ଆସିଛି।

ମହାକାଶ ବିଜ୍ଞାନ ବିଶେଷଜ୍ଞଙ୍କ ଅନୁସାରେ,“ ମଙ୍ଗଳ ଗ୍ରହକୁ ଯିବା ପାଇଁ ଆସିଥିବା ନାଁ ତାଲିକାରେ  ଆମେରିକା ଶ୍ରେଷ୍ଠରେ ରହିବା ସାଧାରଣ କଥା। କାରଣ ଏହା ନାସାର ମିଶନ। ଏହି ତାଲିକାରେ ଚୀନ ପରେ ଭାରତର ସ୍ଥାନ ରହିବା ଆଶ୍ଚର୍ଯ୍ୟର ବିଷୟ। ଏହାଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଦୃଢ଼ ହେବ।”

ମଙ୍ଗଳ ଗ୍ରହକୁ ଯିବା ପାଇଁ ଆବେଦନ କରିଥିଲେ ଡେଡ୍‌ଲାଇନ୍‌ ଗତ ସପ୍ତାହ ଯାଏଁ ରହିଥିଲା। ଆସନ୍ତା ମେ’ ୫ ତାରିଖରେ ଏହି ଫ୍ଲାଇଟ୍‌ ବାହାରି ୨୬ ନଭେମ୍ୱର ୨୦୧୮ ମଙ୍ଗଳରେ ପହଞ୍ଚିବ। ଏହା ୭୨୦ ଦିନର ମିଶନ।

Related story