ୱାନ ରାଙ୍କ ୱାନ ପେନସନ ଦାବିରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ପୁଣି ଜୋର ଧରିଲା ୱାନ ରାଙ୍କ ୱାନ ପେନସନ ଆନ୍ଦୋଳନ। ଦିଲ୍ଲୀରେ ଆଜି ଅବସରପ୍ରାପ୍ତ ସାମରିକ ଅଧିକାରୀମାନେ ଏହି ଦାବି ନେଇ ଧାରଣା ଦେଇଛନ୍ତି। ଏହି ଯୋଜନା ଲାଗୁ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ସେମାନେ। ଦାବି ପୂରଣ ନହେଲେ ଆମରଣ ଅନଶନ କରିବେ ବୋଲି ଚେତବନୀ ମଧ୍ୟ ଦେଇଛନ୍ତି। ଦେଶର ବିଭିନ୍ନ ସହରମାନଙ୍କରେ ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏହି  ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ସ୍କିମ ଅନ୍ତର୍ଗତ ସମାନ […]

exservice-police

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 09:13 AM IST

ନୂଆଦିଲ୍ଲୀ: ପୁଣି ଜୋର ଧରିଲା ୱାନ ରାଙ୍କ ୱାନ ପେନସନ ଆନ୍ଦୋଳନ। ଦିଲ୍ଲୀରେ ଆଜି ଅବସରପ୍ରାପ୍ତ ସାମରିକ ଅଧିକାରୀମାନେ ଏହି ଦାବି ନେଇ ଧାରଣା ଦେଇଛନ୍ତି। ଏହି ଯୋଜନା ଲାଗୁ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ସେମାନେ। ଦାବି ପୂରଣ ନହେଲେ ଆମରଣ ଅନଶନ କରିବେ ବୋଲି ଚେତବନୀ ମଧ୍ୟ ଦେଇଛନ୍ତି। ଦେଶର ବିଭିନ୍ନ ସହରମାନଙ୍କରେ ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏହି  ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ସ୍କିମ ଅନ୍ତର୍ଗତ ସମାନ ରାଙ୍କ ଏବଂ ସର୍ଭିସ ପିରିୟଡ଼ ଥିବା ଅବସରପ୍ରାପ୍ତ ସେନା ଅଧିକାରୀଙ୍କର ପେନସନ ମଧ୍ୟ ସମାନ ପରିମାଣର  ରହିବ। ସାମରିକ ଅଧିକାରୀମାନେ ଦୀର୍ଘ ଦିନଧରି ଏହି ଦାବି କରିଆସୁଛନ୍ତି। ମୋଦି ସରକାର ସେମାନଙ୍କ ଏହି ଦାବି ପୂରଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ।

Related story