ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ମୃତ

ଶ୍ରୀନଗର: ଅନନ୍ତନାଗ୍‌ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ସହ ଆତଙ୍କୀଙ୍କ ଗୁଳିବିନିୟମରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ଉତ୍ତର କାଶ୍ମୀରର ସୋପର ଅଞ୍ଚଳରେ ଆଉ ଏକ ଆତଙ୍କୀକୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ବନ୍ଦୀ କରାଯାଇଛି। ପୋଲିସ୍‌ ଅଧିକାରୀଙ୍କ ଖବର ଅନୁଯାୟୀ ଅନନ୍ତନାଗ୍‌ ଜିଲ୍ଲାର ସୁଗୁଫୱାଡା ଅଞ୍ଚଳରେ ସେନାର ଏକ ଦଳ ଉପରେ ଆତଙ୍କୀମାନେ ଗୁଳିଗୋଳା ବର୍ଷଣ କରିଥିଲେ। ଏହାର ପ୍ରତିକ୍ରିୟାରେ ସେନା ମଧ୍ୟ ତାର କଡ଼ା ଜବାବ ଦେଇଥିଲା। ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆତଙ୍କୀର ପରିଚୟ ବାସୀତ […]

jammusijfire

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 02:00 PM IST

ଶ୍ରୀନଗର: ଅନନ୍ତନାଗ୍‌ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ସହ ଆତଙ୍କୀଙ୍କ ଗୁଳିବିନିୟମରେ ଜଣେ ଆତଙ୍କୀର ମୃତ୍ୟୁ ଘଟିଥିବା ବେଳେ ଉତ୍ତର କାଶ୍ମୀରର ସୋପର ଅଞ୍ଚଳରେ ଆଉ ଏକ ଆତଙ୍କୀକୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ବନ୍ଦୀ କରାଯାଇଛି।

ପୋଲିସ୍‌ ଅଧିକାରୀଙ୍କ ଖବର ଅନୁଯାୟୀ ଅନନ୍ତନାଗ୍‌ ଜିଲ୍ଲାର ସୁଗୁଫୱାଡା ଅଞ୍ଚଳରେ ସେନାର ଏକ ଦଳ ଉପରେ ଆତଙ୍କୀମାନେ ଗୁଳିଗୋଳା ବର୍ଷଣ କରିଥିଲେ। ଏହାର ପ୍ରତିକ୍ରିୟାରେ ସେନା ମଧ୍ୟ ତାର କଡ଼ା ଜବାବ ଦେଇଥିଲା।

ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆତଙ୍କୀର ପରିଚୟ ବାସୀତ ଅହମ୍ମଦ ଡାର୍‌ ବୋଲି ଜଣା ପଡ଼ିଛି। ନିକଟରେ ସେ ଆତଙ୍କୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ରେ ସାମିଲ ହୋଇଥିଲା।

Related story