ଗୋଟିଏ ଗାଁର ଲୋକ ବୋଲି ସମସ୍ତଙ୍କ ଜନ୍ମ ତାରିଖ ଜାନୁୟାରୀ ୧ !

ଦେହେରାଦୁନ: ହରିଦ୍ୱାରଠାରୁ ୨୦ କିମି ଦୂରେର ରହିଛି ଗାଁଟିଏ। ନାଁ ତାର ଗେନ୍ଦିଖାତ୍‌। ଏଠାରେ  ରୁହନ୍ତି ଗୁଜ୍ଜର ସମ୍ପ୍ରଦାୟର ପ୍ରାୟ ୮୦୦ ପରିବାର। ଆଉ ସମସ୍ତଙ୍କ ଜନ୍ମ ଗୋଟିଏ ଦିନରେ। ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ବି କଥାଟା ସତ । ଗାଁ ସାରା ଲୋକଙ୍କ ଆଧାର କାର୍ଡରେ ଏଭଳି ତଥ୍ୟ ରହିଛି । ଏହି ଗାଁରେ ରୁହନ୍ତି ମହମ୍ମଦ ଖାନ୍‌ । ଯାହାଙ୍କ ଜନ୍ମତାରିଖ ହେଉଛି ଜାନୁୟାରୀ ୧। ସେହିପରି ତାଙ୍କ ପଡୋଶୀ […]

th

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 04:57 PM IST

ଦେହେରାଦୁନ: ହରିଦ୍ୱାରଠାରୁ ୨୦ କିମି ଦୂରେର ରହିଛି ଗାଁଟିଏ। ନାଁ ତାର ଗେନ୍ଦିଖାତ୍‌। ଏଠାରେ  ରୁହନ୍ତି ଗୁଜ୍ଜର ସମ୍ପ୍ରଦାୟର ପ୍ରାୟ ୮୦୦ ପରିବାର। ଆଉ ସମସ୍ତଙ୍କ ଜନ୍ମ ଗୋଟିଏ ଦିନରେ। ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ବି କଥାଟା ସତ । ଗାଁ ସାରା ଲୋକଙ୍କ ଆଧାର କାର୍ଡରେ ଏଭଳି ତଥ୍ୟ ରହିଛି ।

ଏହି ଗାଁରେ ରୁହନ୍ତି ମହମ୍ମଦ ଖାନ୍‌ । ଯାହାଙ୍କ ଜନ୍ମତାରିଖ ହେଉଛି ଜାନୁୟାରୀ ୧। ସେହିପରି ତାଙ୍କ ପଡୋଶୀ ଅଲଫଦିନ୍ ଓ ଅଲଫଦିନ୍‌ଙ୍କ ସମଗ୍ର ପରିବାର ସଦସ୍ୟଙ୍କ ଜନ୍ମତାରିଖ ମଧ୍ୟ ସହି ଜାନୁୟାରୀ ୧ ବୋଲି ଆଧାର କାର୍ଡରେ ଉଲ୍ଲେଖ ରହିଛି। ବାସ୍ତବ କଥା ହେଉଛି, ଆଧାର କାର୍ଡ ପ୍ରସ୍ତୁତ ପାଇଁ ଏହି ଗ୍ରାମବାସୀ ମିଳିତ ଭାବେ ସମସ୍ତଙ୍କ ରାସନ ଓ ଭୋଟର କାର୍ଡ ଏକ ବେସରକାରୀ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ପଇଠ କରିଥିଲେ । ଏହି ସଂସ୍ଥା ଆଧାର ପ୍ରସ୍ତୁତ କରିବା ବେଳେ ଏଭଳି ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରିଛି । ଗ୍ରାମର ଜଣେ ମହିଳା କୟୁମ ଅଭିଯୋଗ କରିଛନ୍ତି ଯେ, ସେ ପାଇଥିବା ଆଧାରକାର୍ଡରେ ଅନେକ ତ୍ରୁଟି ରହିଛି । ତାଙ୍କ ପୁଅ ୨୦୦୫ ମସିହାରେ ଜନ୍ମଗ୍ରହଣ କରିଥିବା ବେଳ ଆଧାରକାର୍ଡରେ ତାର ବୟସ ୧୫ ବର୍ଷ ବୋଲି ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଏହି ଘଟଣା ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଆଧାର କାର୍ଡ ତ୍ରୁଟି ନେଇ ଅନେକ ନଜିର ରହିଛି । ଅଗଷ୍ଟ ମାସରେ ଉତ୍ତରପ୍ରଦେଶ ଆଗ୍ରା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଥିଲା । ଗୋଟିଏ ଗ୍ରାମରୁ ୩ ଜଣ ଗ୍ରାମବାସୀଙ୍କ ଜନ୍ମତାରିଖ ସମାନ ଥିବା  ନେଇ ଜଣାପଡିବା ପରେ ବିବାଦ ସୃଷ୍ଟି ହୋଇଥିଲା ।

ସରକାର ଅଧାରକୁ ସାର୍ବଜନୀନ କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ତ୍ରୁଟି ପାଇଁ ପରବର୍ତ୍ତି ସମୟରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି ।

Related story