କୋଭାକ୍ସିନ ଟ୍ରାଏଲ ବେଳେ ଟିକା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ନେଇଥିଲେ। ଏବେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତକ ଜଣଙ୍କ ସ୍ୱେଚ୍ଛାସେବକ ଭାବରେ ଟ୍ରାଏଲ ବେଳେ ଟିକା ନେଇଥିଲେ। ମଧ୍ୟପ୍ରଦେଶରେ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ବିକଶିତ କରୋନା ଟିକା ଗ୍ରହଣ କରିବା ପରେ ଦୀପକ ମରାଭୀଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ତେବେ ଏହି ସ୍ୱେଚ୍ଛାସେବୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ରିପୋର୍ଟ […]

COVAXIN

Subhransu Sekhar
  • Published: Saturday, 09 January 2021
  • , Updated: 09 January 2021, 01:50 PM IST

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ନେଇଥିଲେ। ଏବେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତକ ଜଣଙ୍କ ସ୍ୱେଚ୍ଛାସେବକ ଭାବରେ ଟ୍ରାଏଲ ବେଳେ ଟିକା ନେଇଥିଲେ।

ମଧ୍ୟପ୍ରଦେଶରେ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ବିକଶିତ କରୋନା ଟିକା ଗ୍ରହଣ କରିବା ପରେ ଦୀପକ ମରାଭୀଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ତେବେ ଏହି ସ୍ୱେଚ୍ଛାସେବୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ରିପୋର୍ଟ ଅନୁଯାୟୀ ଦୀପକଙ୍କ ମୃତ ଶରୀର ଜମାଳପୁର ସ୍ଥିତ ସୁବେଦାର କଲୋନୀ ସ୍ଥିତ ତାଙ୍କ ଘରୁ ମିଳିଥିଲା।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୧ରେ ଦୀପକ ମରାଭୀ (୪୭)ଙ୍କର ଦେହାନ୍ତ ହୋଇଛି। ଦୀପକ ଭରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଭ୍ୟାକ୍ସିନ୍ କୋଭାକ୍ସିନର ଜଣେ ପରୀକ୍ଷଣ ସ୍ୱେଚ୍ଛାସେବୀ ଥିଲେ। ସେ ୧୨ ଡିସେମ୍ବରରେ ଟୀକା ନେଇଥିଲେ। ଟିକା ନେବାର ୯ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ

ରିପୋର୍ଟରେ କୁହାଯାଇଛି ଯେ ଦୀପକଙ୍କ ଶବ ୨୨ ଡିସେମ୍ବରରେ ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମର ପ୍ରାରମ୍ଭିକ ରିପୋର୍ଟରେ ଦୀପକଙ୍କ ଶରୀରରେ ବିଷାକ୍ତ ପଦାର୍ଥ ମିଳିଥିବା କୁହାଯାଇଛି। ତେବେ ଟିକା ଯୋଗୁଁ ଦୀପକଙ୍କର ମୃତ୍ୟୁ ହୋଇଛି ନା ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ଏହା ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ଜରୁରୀକାଳୀନ ବ୍ୟବହାର ପାଇଁ ଭାରତରେ ଦୁଇଟି କରୋନା ଟିକା ଅନୁମତି ପାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଦ୍ୱାରା ବିକଶିତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍-ଆଇସିଏମ୍ଆର୍ ଦ୍ୱାରା ବିକଶିତ କୋଭାକ୍ସିନ୍ ଅନୁମତି ପାଇଛି।

ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶତ ପ୍ରତିଶତ ସଫଳ ହୋଇଥିଲା ବୋଲି କମ୍ପାନୀ କହିଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷାର ରିପୋର୍ଟ ପୂର୍ବରୁ ଏହି ଟିକା ଡ୍ରଗ୍ସ ଜେନେରାଲ କଣ୍ଟ୍ରୋଲ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମତି ପାଇଛି।

Related story