ବିମୁଦ୍ରାକରଣକୁ ପୂରିଲା ବର୍ଷେ,ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ଆଜି ବିମୁଦ୍ରାକରଣକୁ ପୂରିଛି ଗୋଟିଏ ବର୍ଷ। ବିମୁଦ୍ରାକରଣର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାରା ଦେଶରେ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିମୁଦ୍ରାକରଣକୁ କଳାଦିବସ ଭାବେ ପାଳନ କରି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ। ବିଜେପି ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପର ଦ୍ୱାହି ଦେଇ ଉତ୍ସବ ପାଳନ କରିବ।  ବିମୁଦ୍ରାକରଣ ନିଷ୍ପତ୍ତିକୁ ପ୍ରଥମେ ସ୍ୱାଗତ କରିଥିଲା ବିଜେଡି। ମାତ୍ର ଏହା ବିଫଳ ହୋଇଥିବା […]

mm

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 08:38 AM IST

ନୂଆଦିଲ୍ଲୀ: ଆଜି ବିମୁଦ୍ରାକରଣକୁ ପୂରିଛି ଗୋଟିଏ ବର୍ଷ। ବିମୁଦ୍ରାକରଣର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାରା ଦେଶରେ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ବିମୁଦ୍ରାକରଣକୁ କଳାଦିବସ ଭାବେ ପାଳନ କରି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ। ବିଜେପି ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପର ଦ୍ୱାହି ଦେଇ ଉତ୍ସବ ପାଳନ କରିବ।  ବିମୁଦ୍ରାକରଣ ନିଷ୍ପତ୍ତିକୁ ପ୍ରଥମେ ସ୍ୱାଗତ କରିଥିଲା ବିଜେଡି। ମାତ୍ର ଏହା ବିଫଳ ହୋଇଥିବା ଅଭିଯୋଗ କରି ଏବେ ମୋଦିଙ୍କ ନିଷ୍ପତ୍ତିକୁ ସମୋଲଚନା କରିଛି ଦଳ।

୨୦୧୬ ମସିହା ନଭେମ୍ବେର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ରାତି ୧୨ରୁ ଅଚଳ ହୋଇଯାଇଥିଲା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍‌। ମୋଦିଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସମେତ ଟିଏମସି, ସମାଜବାଦୀ ପାର୍ଟୀ ଓ ଅନ୍ୟ ବିରୋଧୀଦଳ ବିରୋଧ କରିଥିଲେ।

Related story