ବିମୁଦ୍ରୀକରଣକୁ କାଲି ବର୍ଷେ ପୂରିବ: ପାଳନ ହେବ କଳାଧନ ମୁକ୍ତ ଦିବସ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିମୁଦ୍ରୀକରଣକୁ ଆସନ୍ତାକାଲି ପୁରୁଛି ୧ବର୍ଷ। ଗତବର୍ଷ ନଭେମ୍ବର ୮ ତାରିଖ ରାତିରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହେଲା ବୋଲି ଘୋଷଣା କରିଥିଲେ ନିଜେ ପ୍ରଧାନମନ୍ତ୍ରୀ। କଳାଧନ, ଜାଲ୍ ନୋଟ୍ ଓ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୋଦି ସରକାର ଯୁକ୍ତି ବାଢିଥିଲେ। କିନ୍ତୁ ବର୍ଷେ ପରେ ବି ଏହାକୁ ନେଇ ଲାଗିରହିଛି ତର୍କ ବିତର୍କ। ଆସନ୍ତୁ ନଜର ପକାଇବା, ଦେଶବାସୀ ବିମୁଦ୍ରୀକରଣରୁ କେତେ ଫାଇଦା […]

allegedly-currency-available-carrying-received-demonetised-detained_0654679e-c398-11e7-a621-6b23f0f703d9

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 05:12 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିମୁଦ୍ରୀକରଣକୁ ଆସନ୍ତାକାଲି ପୁରୁଛି ୧ବର୍ଷ। ଗତବର୍ଷ ନଭେମ୍ବର ୮ ତାରିଖ ରାତିରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହେଲା ବୋଲି ଘୋଷଣା କରିଥିଲେ ନିଜେ ପ୍ରଧାନମନ୍ତ୍ରୀ। କଳାଧନ, ଜାଲ୍ ନୋଟ୍ ଓ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୋଦି ସରକାର ଯୁକ୍ତି ବାଢିଥିଲେ। କିନ୍ତୁ ବର୍ଷେ ପରେ ବି ଏହାକୁ ନେଇ ଲାଗିରହିଛି ତର୍କ ବିତର୍କ। ଆସନ୍ତୁ ନଜର ପକାଇବା, ଦେଶବାସୀ ବିମୁଦ୍ରୀକରଣରୁ କେତେ ଫାଇଦା ପାଇଛନ୍ତି ଏବଂ ଦେଶର ଅର୍ଥନୀତି ଉପରେ ଏହାର କି ପ୍ରଭାବ ପଡିଛି।

୮ ନଭେମ୍ବର ୨୦୧୬ ଦିନ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଚକିତ କରିଥିଲା। ଠିକ୍ ତା ପରଦିନ ଏଟିଏମ୍, ବ୍ୟାଙ୍କ ଆଗରେ ଲାଗିଥିଲା ଲମ୍ବା ଲାଇନ୍। ପୁରୁଣା ଟଙ୍କାକୁ ବଦଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଲେ ଲୋକେ। କିନ୍ତୁ ସରକାରଙ୍କ ପ୍ରୟାସକୁ ସମର୍ଥନ ମିଳିଲା। କଳାଧନ, ନକଲି ନୋଟ୍ ଓ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସାରାଦେଶରୁ ଲୋକଙ୍କର ସମର୍ଥନ ମିଳିଲା।

ଅନ୍ୟପଟେ ବିମୁଦ୍ରୀକରଣକୁ ନେଇ ବିରୋଧୀଙ୍କ କଡ଼ା ସମାଲୋଚନାର ଶିକାର ହେଲେ ସରକାର। କିନ୍ତୁ ଏହାକୁ ନେଇ ସରକାର ବାଢ଼ିଥିଲେ ଯୁକ୍ତି। ଦେଶରୁ କଳାଧନକୁ ହଟାଇବା, ଜାଲ ନୋଟ୍ , ଉପତ୍ୟକାରେ ଆତଙ୍କବାଦର ମୂଳପୋଛ ଏବଂ ନକ୍ସଲ ଗତିବିଧିକୁ ରୋକିବାରେ ବିମୁଦ୍ରୀକରଣ ବଡ଼ ଭୂମିକା ନେଇଥିବା କହିଥିଲେ କେନ୍ଦ୍ର ସରକାର।

ବିମୁଦ୍ରୀକରଣ ପରେ ୧ ଲକ୍ଷ ୪୮ ହଜାର ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୧ କୋଟି ୪୮ ଲକ୍ଷ କୋଟି ଟଙ୍କା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବିଧିବଦ୍ଧ ଭାବେ ଏନେଇ ସଂସଦରେ ସୂଚନା ଦେଲେ। ଦୁଇ ତୃତୀୟାଂଶ ଟଙ୍କା ବ୍ୟାଙ୍କକୁ ଫେରିଥିବା ସୂଚନା ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ।

ରିପୋର୍ଟ ଅନୁସାରେ, ହଜାରେ ଟଙ୍କିଆ ନୋଟର ମାତ୍ର .୦୦୦୭ ପ୍ରତିଶତ ଏବଂ ୫ ଶହ ନୋଟ୍ର ମାତ୍ର .୦୦୨ ପ୍ରତିଶତ ନକଲି ନୋଟ୍ ଜବତ ହୋଇପାରିଛି। କିନ୍ତୁ ବଢିଛି ଡିଜିଟାଲ କାରବାର ପେମେଣ୍ଟ। କାଉନ୍ସିଲ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ, ଦେଶରେ କ୍ୟାସ୍ଲେସ୍ ଟ୍ରାନ୍ଜାକସନ୍ ୪୦ ପ୍ରତିଶତରୁ ବଢ଼ି ୭୦ ପ୍ରତିଶତରେ ପହଞ୍ଚିଛି।

ବିମୁଦ୍ରୀକରଣକୁ ବର୍ଷେ  ପୂରିଥିବା ବେଳେ କେନ୍ଦ୍ର ସରକାର ଏହାକୁ  କଳାଧନ ମୁକ୍ତ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି। କିନ୍ତୁ ଏହାକୁ କାଉଣ୍ଟର କରି ସମାନ୍ତରାଳ ଭାବେ ଆସନ୍ତାକାଲି କଳା ଦିବସ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ।

Related story