ସାରା ଦେଶରେ ବିମୁଦ୍ରାକରଣ ବିରୋଧୀ ବିକ୍ଷୋଭ କରିବାକୁ ଯୋଜନା କରୁଛି କଂଗ୍ରେସ

ନୂଆଦିଲ୍ଲୀ:  ବିମୁଦ୍ରାକରଣକୁ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ୩୦ ଅକ୍ଟୋବରରେ ଦିଲ୍ଲୀର କଂଗ୍ରେସ  ମୁଖ୍ୟାଳୟରେ ଏନେଇ ଏକ ବୈଠକ ବସିବ। ବିମୁଦ୍ରାକରଣ ଲାଗି ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣାକୁ  କଂଗ୍ରେସ ଏହି ବିକ୍ଷୋଭରେ ପ୍ରସଙ୍ଗ କରିବ। ସାରାଦେଶରେ ଡିସେମ୍ବର ୮ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାହୁଲ ଗାନ୍ଧି […]

nn

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 11:48 AM IST

ନୂଆଦିଲ୍ଲୀ:  ବିମୁଦ୍ରାକରଣକୁ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବେ। ୩୦ ଅକ୍ଟୋବରରେ ଦିଲ୍ଲୀର କଂଗ୍ରେସ  ମୁଖ୍ୟାଳୟରେ ଏନେଇ ଏକ ବୈଠକ ବସିବ। ବିମୁଦ୍ରାକରଣ ଲାଗି ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣାକୁ  କଂଗ୍ରେସ ଏହି ବିକ୍ଷୋଭରେ ପ୍ରସଙ୍ଗ କରିବ। ସାରାଦେଶରେ ଡିସେମ୍ବର ୮ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାହୁଲ ଗାନ୍ଧି ଏନେଇ ଟ୍ୱିଟ୍‌ କରି କହିଛନ୍ତି। ସେ ଟ୍ୱିଟ୍‌ ବାର୍ତ୍ତାରେ ଲେଖିଛନ୍ତି,“ତିନିବର୍ଷ ହେଲା ଲୋକଙ୍କ ଦରମା ବଢ଼ିଛି, ୬୦ ବର୍ଷ ଇତିହାସରେ ବ୍ୟାଙ୍କ ଗୁଡ଼ିକ ଲୋକଙ୍କୁ ଋଣ ଦେବା କ୍ଷେତ୍ରରେ ଅସୁବିଧାରେ ପଡ଼ିଛନ୍ତି। ମୋଦିଙ୍କ ଶବ୍ଦରେ କହିବାକୁ ଗଲେ ଏହା ମୋଦିଙ୍କ ‘ମେଡ୍‌ ଡିଜାଷ୍ଟର’।

ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମୂହ ଦସ୍ତଖତ କାର୍ଯ୍ୟକ୍ରମ, ସେମିନାର ଓ ସୋସିଅଲ ମିଡ଼ିଆରେ ପ୍ରଚାର କରିବାକୁ ଯୋଜନା କରିଛି। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି,“ଆମେ ଲୋକମାନଙ୍କୁ ନେଇ ରାଷ୍ଟ୍ର ସ୍ତରରେ ବିକ୍ଷୋଭ କରିବୁ। ଏହି ବିକ୍ଷୋଭର ଥିମ୍‌ ରହିବ ‘ମୋଦି ମେଡ୍‌ ଡିଜାଷ୍ଟର’ (ଏମ୍‌ଏମଡି।

ସୂଚନାଯୋଗ୍ୟ,ବିମୁଦ୍ରାକରଣ ନେଇ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ କଂଗ୍ରେସ ଜିଏସଟି, ଜେଡିପି ଓ ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି।

Related story