ଅନ୍‌ଲାଇନ୍‌ ଗ୍ୟାସ୍‌ ବୁକିଂ କଲେ ପାଇବେ ୫ ଟଙ୍କାର ରିହାତି

ନୂଆଦିଲ୍ଲୀ: ସରକାରୀ ନିଷ୍ପତ୍ତି ମୁତାବକ ଏବେ ଆପଣଙ୍କୁ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ୫ ଟଙ୍କା କମ୍ ଦାମରେ ମିଳିବ । ତେବେ ଏହି ସୁବିଧା ଉଠାଇବାକୁ ଆପଣଙ୍କୁ ଅନଲାଇନ୍‌ରେ ଗ୍ୟାସ୍‌ ବୁକିଂ କରିବାକୁ ପଡିବ। କେନ୍ଦ୍ର ସରକାର ବିମୁଦ୍ରୀକରଣ ସମୟରେ ଇ-ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ଯାଇ ଗ୍ୟାସ୍‌ ସଂଯୋଗ ଲାଗି ଅନ୍‌ଲାଇନ୍‌ ବୁକିଂ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାକୁ ସମ୍ପୁର୍ଣ୍ଣ ମାଗଣାରେ ଗ୍ରାହକମାନଙ୍କ ଲାଗି ବନ୍ଦୋବସ୍ତ କରିବାକୁ ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଏବେ ଅନ୍‌ଲାଇନ୍‌ […]

download (4)

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 09:00 PM IST

ନୂଆଦିଲ୍ଲୀ: ସରକାରୀ ନିଷ୍ପତ୍ତି ମୁତାବକ ଏବେ ଆପଣଙ୍କୁ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ୫ ଟଙ୍କା କମ୍ ଦାମରେ ମିଳିବ । ତେବେ ଏହି ସୁବିଧା ଉଠାଇବାକୁ ଆପଣଙ୍କୁ ଅନଲାଇନ୍‌ରେ ଗ୍ୟାସ୍‌ ବୁକିଂ କରିବାକୁ ପଡିବ।

କେନ୍ଦ୍ର ସରକାର ବିମୁଦ୍ରୀକରଣ ସମୟରେ ଇ-ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ଯାଇ ଗ୍ୟାସ୍‌ ସଂଯୋଗ ଲାଗି ଅନ୍‌ଲାଇନ୍‌ ବୁକିଂ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାକୁ ସମ୍ପୁର୍ଣ୍ଣ ମାଗଣାରେ ଗ୍ରାହକମାନଙ୍କ ଲାଗି ବନ୍ଦୋବସ୍ତ କରିବାକୁ ବ୍ୟବସ୍ଥା କରାଯାଇଥିଲା। ଏହି କ୍ରମରେ ଏବେ ଅନ୍‌ଲାଇନ୍‌ ପେମେଣ୍ଟ ଓ ବୁକିଂ କରୁଥିବା ଗ୍ରାହକମାନେ ୫ ଟଙ୍କା କମ୍‌ ମୂଲ୍ୟରେ ଗ୍ୟାସ ସିଲିଣ୍ଡର ପାଇବେ ବୋଲି ଘୋଷଣା ହୋଇଛି।

ଏହି ଡିସସ୍‌କାଉଣ୍ଟ କେବଳ ସବ୍‌ସିଡି ଲାଗୁ ହୋଇଥିବା ସିଲିଣ୍ଡର ପାଇଁ ନୁହେଁ ବରଂ ଅଣ ସବ୍‌ସିଡାଇଜ୍ଡ ସିଲିଣ୍ଡର ପାଇଁ ମଧ୍ୟ ଲାଗୁ ହେବ। ନଭେମ୍ବର ୧ ତାରିଖରେ ଅଣସବ୍‌ସିଡାଇଜ୍ଡ ସିଲିଣ୍ଡର ବଢି ୭୪୨ ଟଙ୍କା ହେଇଥିବା  ବେଳେ ଏହାକୁ ଅନ୍‌ଲାଇନ୍‌ ବୁକିଂ କଲେ ଆପଣ ୭୩୭ ଟଙ୍କାରେ ହାସଲ କରିପାରିବେ।

ତୈଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଇଣ୍ଡିଆନ୍‌ ଅଏଲ, ଭାରତ ପେଟ୍ରୋଲିୟମ୍‌ ଓ ହୀନ୍ଦୁସ୍ଥାନ ପେଟ୍ରୋଲିୟମ୍‌ କର୍ତ୍ତୃପକ୍ଷ ନିଜ ଗ୍ରାହକମାନଙ୍କୁ ଏହି ସୁବିଧା ଯୋଗାଇଦେବେ। ତେବେ ଡିସ୍‌କାଉଣ୍ଟ ମିଳୁଥିବ ୫ ଟଙ୍କା ବାବଦରେ ରସିଦ୍‌ରେ ଉଲ୍ଲେଖ କରାଯିବ ବୋଲି ସୂଚନା ଦିଆଯାଇଛି।

Related story