ନିର୍ବାଚନର ୩ ଦିନ ପୂର୍ବରୁ ବଜେଟ୍‌ ଉପସ୍ଥାନକୁ ବିରୋଧ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ଫେବୃଆରୀ ପହିଲାରେ କେନ୍ଦ୍ର ସରକାର ବଜେଟ୍‌ ଉପସ୍ଥାପନ କରିବା ନେଇ ଦେଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ ଦଳ। ଏନେଇ ଆଜି କଂଗ୍ରେସ, ଟିଏମ୍‌ସ, ସମାଜବାଦୀପାର୍ଟି, ବହୁଜନ ସମାଜ ପାର୍ଟି ଓ ଆରଜେଡି ପ୍ରମୁଖ ନିର୍ବାଚନ କମିଶନଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି। ବଜେଟ୍‌ରେ ଥିବା ସରକାରଙ୍କ କଲ୍ୟାଣ ଯୋଜନା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ବଜେଟ୍‌ […]

jaitley-new-delhi

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 12:04 PM IST

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ଫେବୃଆରୀ ପହିଲାରେ କେନ୍ଦ୍ର ସରକାର ବଜେଟ୍‌ ଉପସ୍ଥାପନ କରିବା ନେଇ ଦେଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ ଦଳ।

ଏନେଇ ଆଜି କଂଗ୍ରେସ, ଟିଏମ୍‌ସ, ସମାଜବାଦୀପାର୍ଟି, ବହୁଜନ ସମାଜ ପାର୍ଟି ଓ ଆରଜେଡି ପ୍ରମୁଖ ନିର୍ବାଚନ କମିଶନଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି। ବଜେଟ୍‌ରେ ଥିବା ସରକାରଙ୍କ କଲ୍ୟାଣ ଯୋଜନା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ବଜେଟ୍‌ ତାରିଖରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ହୋଇଥିବା ସେ ଯୁକ୍ତି ଦର୍ଶାଇଛନ୍ତି। ସେ ଦୃଷ୍ଟିରୁ ନିର୍ବାଚନ କମିନଙ୍କ ନିଷ୍ପତ୍ତି ଉପରେ ନଜର ରହିଛି।

Related story