ୱାନ୍ ରାଙ୍କ୍ ୱାନ୍ ପେନସନ୍ ପାଇଁ ଧାରଣାରେ ବସିଲେ ଅର୍ଦ୍ଧସାମରିକ ବାହିନୀର ଅବସରପ୍ରାପ୍ତ ଅଧିକାରୀ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସେନାର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ  ୱାନ୍ ରାଙ୍କ୍ ୱାନ୍ ପେନସନ୍ (ଓଆରଓପି) ବ୍ୟବସ୍ଥା କରାଯିବାକୁ ଘୋଷଣା କରିଥିବା ବେଳେ ବିଭିନ୍ନ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ ମଧ୍ୟ ଓଆରଓପି ଦାବିରେ ସୋମବାରଠାରୁ ନୂଆଦିଲ୍ଲୀରେ ୩ ଦିନିଆ ଧାରଣାରେ ବସିଛନ୍ତି। ସିଆରପିଏଫ, ବିଏସଏଫ, ଇଣ୍ଡୋ-ତିବ୍ଦତୀୟାନ ବୋର୍ଡର ଫୋର୍ସ, ସିଆଇଏସଏଫ୍ ଓ ସଶସ୍ତ୍ର ସୀମାବଳର ଅବସରପ୍ରାପ୍ତ ଅଧିକାରୀମାନେ ଧାରଣାରେ ବସିଛନ୍ତି। ୩୦୦ରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ ପାରାମିଲିଟାରୀ […]

para-military

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 09:35 AM IST

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସେନାର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ  ୱାନ୍ ରାଙ୍କ୍ ୱାନ୍ ପେନସନ୍ (ଓଆରଓପି) ବ୍ୟବସ୍ଥା କରାଯିବାକୁ ଘୋଷଣା କରିଥିବା ବେଳେ ବିଭିନ୍ନ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ ମଧ୍ୟ ଓଆରଓପି ଦାବିରେ ସୋମବାରଠାରୁ ନୂଆଦିଲ୍ଲୀରେ ୩ ଦିନିଆ ଧାରଣାରେ ବସିଛନ୍ତି। ସିଆରପିଏଫ, ବିଏସଏଫ, ଇଣ୍ଡୋ-ତିବ୍ଦତୀୟାନ ବୋର୍ଡର ଫୋର୍ସ, ସିଆଇଏସଏଫ୍ ଓ ସଶସ୍ତ୍ର ସୀମାବଳର ଅବସରପ୍ରାପ୍ତ ଅଧିକାରୀମାନେ ଧାରଣାରେ ବସିଛନ୍ତି। ୩୦୦ରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ ଆଣ୍ଡ୍ ଏକ୍ସ-ସର୍ଭିସମ୍ୟାନ୍ ୱେଲଫେୟାର ଆସୋସିଏସନର ଜାତୀୟ ସାଧାରଣ ସଂପାଦକ ପି.ଏସ୍ ନାୟାର କହିଛନ୍ତି ଯେ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନେ କଷ୍ଟରେ ଅଛନ୍ତି ବୋଲି ସରକାରଙ୍କୁ ଅନୁରୋଧ କରିବା ପାଇଁ ଜଣାଇବା ପାଇଁ ଏହି ଧାରଣା ଦିଆଯାଇଛି। ସଂଘର ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି। ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଚାଲିବ। ସଂଘର ମୁଖ୍ୟ ଦାବି ହେଉଛି ସେନା ବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଯେପରି ଓଆରଓପି ଲାଗୁ କରିବା ସରକାର ଘୋଷଣା କରିଛନ୍ତି ସେହିଭଳି ଅର୍ଦ୍ଧସାମରିକ ବାହିନୀର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ବି ତାହାକୁ ଲାଗୁ କରାଯାଉ।

ସଂଘର ସଭାପତି ଆର.ବି ପାଠକ କହିଛନ୍ତି ଯେ ସରକାର ଦାବି ପୂରଣ ନେଇ ଦୃଷ୍ଟି ନଦେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏହାଠାରୁ ବଡ଼ ରାଲିର ଆୟୋଜନ କରାଯିବ।

Related story