ଏମିତି ଫଟୋ ନିଶା: କବର ଉପରେ ପୋଜ୍‌ ଦେଲେ ଯୁବତୀ, ସୋସିଆଲ ମିଡିଆରେ ଝଡ଼

ମେକ୍ସିକୋର ଏକ କରବରଖାନାରେ ଉଠାଯାଇଥିବା କେତୋଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ସୃଷ୍ଟି ହୋଇଛି ଝଡ଼। ୩ ଜଣ ଯୁବତୀ ଏହି କବରସ୍ତାନରେ ଭିନ୍ନ ଭିନ୍ନ କବର ଉପରେ ଛିଆହୋଇ ପୋଜ୍ ଦେଇଛନ୍ତି। ଯାହାକୁ ମୁଷ୍ଟିମେୟ ଲୋକେ ନାପସନ୍ଦ କରିଛନ୍ତି। ଫଟୋକୁ ନେଇ କାର୍ଡେନାସର ଏନ୍ସି ହର୍ଣ୍ଣାଣ୍ଡେଜ ନାମ୍ନୀ ଜଣେ ଯୁବତୀ ଆପତ୍ତି ଉଠାଇଛନ୍ତି। ତାଙ୍କ ଅଭିଯୋଗ ହେଉଛି ଯୁବତୀ ଜଣକ ସୋସିଆଲ ମିଡିଆରେ ଛାଡିଥିବା ଫଟୋରେ ଦୃଶ୍ୟାୟିତ କବର ତାଙ୍କ  ଜେଜେଙ୍କର। ଯାହା […]

mexico-1_1509455664_

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 07:52 PM IST

ମେକ୍ସିକୋର ଏକ କରବରଖାନାରେ ଉଠାଯାଇଥିବା କେତୋଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ସୃଷ୍ଟି ହୋଇଛି ଝଡ଼। ୩ ଜଣ ଯୁବତୀ ଏହି କବରସ୍ତାନରେ ଭିନ୍ନ ଭିନ୍ନ କବର ଉପରେ ଛିଆହୋଇ ପୋଜ୍ ଦେଇଛନ୍ତି। ଯାହାକୁ ମୁଷ୍ଟିମେୟ ଲୋକେ ନାପସନ୍ଦ କରିଛନ୍ତି।

ଫଟୋକୁ ନେଇ କାର୍ଡେନାସର ଏନ୍ସି ହର୍ଣ୍ଣାଣ୍ଡେଜ ନାମ୍ନୀ ଜଣେ ଯୁବତୀ ଆପତ୍ତି ଉଠାଇଛନ୍ତି। ତାଙ୍କ ଅଭିଯୋଗ ହେଉଛି ଯୁବତୀ ଜଣକ ସୋସିଆଲ ମିଡିଆରେ ଛାଡିଥିବା ଫଟୋରେ ଦୃଶ୍ୟାୟିତ କବର ତାଙ୍କ  ଜେଜେଙ୍କର। ଯାହା ତାଙ୍କ ଦିବଙ୍ଗତ ଜେଜେଙ୍କ ପ୍ରତି ଅପମାନ। ଏହି ଫଟୋ ସୁଟ୍‌କୁ ନେଇ ସେ ସିଟି ଅଥରିଟିରେ ଅଭିଯୋଗ ମଧ୍ୟ କରିଛନ୍ତି। ସେପଟେ ଫେସ୍‌ବୁକରେ ମଧ୍ୟ ଏହାକୁ ନେଇ କଟୁ କମେଣ୍ଟ ଆସିଛି।

ଏନ୍ସି ଫଟୋ ସୁଟ୍‌କୁ ଶକ୍ତ ବିରୋଧ କରି କହିଛନ୍ତି 'ଝିଅମାନଙ୍କର ସାହାସ କେମିତି ହେଲା, ବୋଧହୁଏ ସେମାନଙ୍କୁ ନିଜ ପରିବାରରୁ ଅନ୍ୟକୁ ସମ୍ମାନ କରିବା ସିଖାଯାଇନାହିଁ’ ବୋଲି ସେ କହିଛନ୍ତି।

ଏହି ଫୋଟୋକୁ ମେକଅପ୍ ଶିକ୍ଷକ ଏଗସୋ ଓରଟେଗା ନିଜ ୪ଲକ୍ଷ ଫେସବୁକ୍ ଫଲୋଓରଙ୍କ ସହ ସେୟାର କରିଛନ୍ତି । ଏହା ପରେ ଫଟୋଟିକୁ ୨୦ହଜାର ସେୟାର କରାଯାଇଛି। ଏଥିରେ ହଜାର ହଜାର କମେଣ୍ଟ ମଧ୍ୟ ଆସିଛି। ଅଧିକତମ ଲୋକ ଏହାକୁ ମୃତକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। କିଛି ଲୋକ ଏହି ଝିଅମାନଙ୍କ ଫଟୋଉଠାଇବାକୁ ବହୁତ ଘୃଣିତ କାମ ଓ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଉଠାଯାଇଛି ବୋଲି କହିଛନ୍ତି ।

ଏହି ଫଟୋକୁ ନେଇ ସିଟି ଅଥରିଟି କୈଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ସେପଟେ ଫଟୋ ଉଠାଇଥିବା ଯୁବତୀମାନଙ୍କ ପରିଚୟ ମଧ୍ୟ ଜଣା ପଡିନି।

Related story