ରେକର୍ଡ ଭାଙ୍ଗିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା: ଦିନକରେ ୫୪,୫୮୮ ସୁସ୍ଥ,୧୦୦୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଦିନକରେ ରେକର୍ଡ ୫୪,୫୮୮ ଜଣ ସୁସ୍ଥ ହୋଇଛନ୍ତି। ଆଜି ଯାଏ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସୁସ୍ଥ ହୋଇ ନଥିଲେ। ତେବେ ଗୋଟିଏ ଦିନରେ କରୋନା ୧ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ […]

r

Hemant Lenka
  • Published: Monday, 10 August 2020
  • , Updated: 10 August 2020, 01:44 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଦିନକରେ ରେକର୍ଡ ୫୪,୫୮୮ ଜଣ ସୁସ୍ଥ ହୋଇଛନ୍ତି।

ଆଜି ଯାଏ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସୁସ୍ଥ ହୋଇ ନଥିଲେ। ତେବେ ଗୋଟିଏ ଦିନରେ କରୋନା ୧ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୬୨,୦୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨, ୧୫,୦୭୫ରେ ପହଞ୍ଚି ଯାଇଛି। ଦେଶରେ କ୍ରମାଗତ ୪ର୍ଥ ଦିନ ପାଇଁ ୬୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ସେହିପରି ୨୪ ଘଣ୍ଟାରେ କରୋନା ୧୦୦୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୪,୩୮୬କୁ ବୃଦ୍ଧି ପାଇଛି।

ତେବେ ଗୋଟିଏ ଦିନରେ ୫୪,୫୮୮ ଜଣ ସୁସ୍ଥ ହେବାରୁ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୫,୩୫,୭୪୩ ଛୁଇଁଛି। ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୩୪,୯୪୫ ରହିଛି। ଏହାର ଅର୍ଥ ଭାରତରେ ଆରୋଗ୍ୟ ହାର ୬୮.୭୮% ହୋଇଯାଇଛି।

ଅନ୍ୟପକ୍ଷରେ ରବିବାର କରୋନା ଟେଷ୍ଟିଂ ସଂଖ୍ୟା ହଠାତ୍‌ ହ୍ରାସ ପାଇଛି। ଶନିବାର ୭ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ରବିବାର ମାତ୍ର ୪,୭୭,୦୨୩ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୨,୪୫,୮୩,୫୫୮ଟି ନମୁନା ପରୀକ୍ଷା କରାଗଲାଣି।

Related story