ଦିଲ୍ଲୀରେ ୧୫ ହଜାର ଚାଷୀ ସମାବେଶ

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ଭାରତ କିଷାନ ୟୁନିଅନର ୧୫ ହଜାରରୁ ଅଧିକ ଚାଷୀ ପ୍ରବେଶ କରିବାକୁ ଯାଉଛନ୍ତି। ସେପ୍ଟେମ୍ୱର ୧୭ରେ ଉତ୍ତର ପ୍ରଦେଶର ଶାହାରଣପୁରରୁ ଏହି ଚାଷୀ ମାନେ ପଦଯାତ୍ରା କରି ଦିଲ୍ଲୀକୁ ଆସୁଛନ୍ତି। ଏଥିପାଇଁ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁକ୍ରବାର ପଦଯାତ୍ରାରେ ଆସିଥିବା ଚାଷୀମାନେ ଗତକାଲି ନୋଏଡାରେ ପହଞ୍ଚିଥିଲେ। ସେଠାରେ କୃଷି ଏବଂ ଚାଷୀ ମନ୍ତ୍ରଣାଳୟରୁ ଅଧିକାରୀଙ୍କୁ ଭେଟି ତାଙ୍କ ଦାବି ବାବଦରେ ଅବଗତ କରାଇଛନ୍ତି। ତେବେ […]

farmers-protest

Subhransu Sekhar
  • Published: Saturday, 21 September 2019
  • , Updated: 21 September 2019, 03:40 PM IST

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ଭାରତ କିଷାନ ୟୁନିଅନର ୧୫ ହଜାରରୁ ଅଧିକ ଚାଷୀ ପ୍ରବେଶ କରିବାକୁ ଯାଉଛନ୍ତି। ସେପ୍ଟେମ୍ୱର ୧୭ରେ ଉତ୍ତର ପ୍ରଦେଶର ଶାହାରଣପୁରରୁ ଏହି ଚାଷୀ ମାନେ ପଦଯାତ୍ରା କରି ଦିଲ୍ଲୀକୁ ଆସୁଛନ୍ତି। ଏଥିପାଇଁ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶୁକ୍ରବାର ପଦଯାତ୍ରାରେ ଆସିଥିବା ଚାଷୀମାନେ ଗତକାଲି ନୋଏଡାରେ ପହଞ୍ଚିଥିଲେ। ସେଠାରେ କୃଷି ଏବଂ ଚାଷୀ ମନ୍ତ୍ରଣାଳୟରୁ ଅଧିକାରୀଙ୍କୁ ଭେଟି ତାଙ୍କ ଦାବି ବାବଦରେ ଅବଗତ କରାଇଛନ୍ତି। ତେବେ ଏହି ଆଲୋଚନା ସଫଳ ହୋଇନଥିବା ଜଣାପଡ଼ିଛି। ଭାରତ କିଷାନ ୟୁନିଅନର ଚାଷୀମାନେ ଯେଉଁ ସବୁ ଦାବି ଉପସ୍ଥାପନ କରିଛନ୍ତି ସେଗୁଡ଼ିକ ହେଲା

  • ସମସ୍ତ ପ୍ରଦୂଷିତ ନଦୀକୁ ପୁଣି ଥରେ ସ୍ୱଚ୍ଛ କରାଯାଉ। ଯେଉଁମାନେ ପ୍ରଦୂଷଣ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
  • ସମସ୍ତ ଚାଷୀଙ୍କ ଋଣ ଛାଡ଼ ହେଉ। ତରଭୁଜ ଚାଷୀଙ୍କ ବକେୟା ଟଙ୍କା ୧୪ ଦିନ ମଧ୍ୟରେ ସୁଧା ହାର ସହିତ ଦିଆଯାଉ।
  • ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ମାଗଣା ଯୋଗାଇ ଦିଆଯାଉ।
  • ଚାଷୀଙ୍କ ପାଇଁ ଯେଉଁ ବୀମା ହୋଇଛି ସେଥିରୁ ଚାଷୀଙ୍କ ପରିବାରକୁ ସାମିଲ୍ କରାଯାଉ।
  • ସ୍ୱାମୀନାଥନ କମିଶନଙ୍କ ରିପୋର୍ଟକୁ ତୁରନ୍ତ ଲାଗୁ କରାଯାଉ।
  • ମାଗଣା ଶିକ୍ଷା ଏବଂ ଔଷଧ ସାରା ଦେଶରେ ଲାଗୁ କରାଯାଉ।
  • ସରକାରଙ୍କ ଦ୍ୱାରା ଚାଷ ଜମି ଅଧିଗ୍ରହଣ କରିବାର ଥିଲେ ଶୀଘ୍ର କରାଯାଉ।

Related story