ବଢ଼ୁଛି ଅଂଶୁଘାତ ଜନିତ ମୃତ୍ୟୁ, ୨ ଦିନରେ ମୃତ୍ୟୁ ସଂଖ୍ୟା ୧୦୦ ପାର

ପାଟନା:ବିହାରରେ ପ୍ରଚଣ୍ଡ ତାତି ଯୋଗୁ ଶତାଧିକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁ ମାତ୍ର ଦୁଇ ଦିନ ମଧ୍ୟରେ ଏତେ ସଂଖ୍ୟାରେ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। କିନ୍ତୁ ସରକାରୀ ଭାବରେ ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ୭୮ ଛୁଇଁଥିବା ସ୍ୱୀକାର କରାଯାଇଛି। ପୂର୍ବରୁ ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଔରଙ୍ଗାବାଦ(୩୩), ଗୟା(୩୧), ନଓ୍ୱଦା (୧୨) ଏବଂ ଜାମୁଇ(୨) ଜିଲ୍ଲାର […]

temperture-hit

Subhransu Sekhar
  • Published: Monday, 17 June 2019
  • , Updated: 17 June 2019, 04:49 PM IST

ପାଟନା:ବିହାରରେ ପ୍ରଚଣ୍ଡ ତାତି ଯୋଗୁ ଶତାଧିକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁ ମାତ୍ର ଦୁଇ ଦିନ ମଧ୍ୟରେ ଏତେ ସଂଖ୍ୟାରେ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। କିନ୍ତୁ ସରକାରୀ ଭାବରେ ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ୭୮ ଛୁଇଁଥିବା ସ୍ୱୀକାର କରାଯାଇଛି। ପୂର୍ବରୁ ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଔରଙ୍ଗାବାଦ(୩୩), ଗୟା(୩୧), ନଓ୍ୱଦା (୧୨) ଏବଂ ଜାମୁଇ(୨) ଜିଲ୍ଲାର ଲୋକେ ଅଂଶୁଘାତ ଜନିତ ମୃତ୍ୟୁର ଶିକାର ହୋଇଥିବା ଜଣାପଡ଼ିଛି। ୧୫ ଓ ୧୬ ତାରିଖରେ ଏହି ଜିଲ୍ଲା ଗୁଡ଼ିକରେ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ଜଣାପଡ଼ିଛି। ପ୍ରବଳ ଖରା ଅବ୍ୟାହତ ରହିଥିବାରୁ ଏବେ ବି ୧୫୦ରୁ ଅଧିକ ଅଂଶୁଘାତ ଓ ଅନ୍ୟାନ୍ୟ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଖରା ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ନିବେଦନ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Related story