କ୍ଷମତା ହରାଇଲେ କଂଗ୍ରେସ ମୁସଲିମ୍‌ଙ୍କ ବଡ଼ଭାଇ ହେଇଯାଏ: ଓୱେସି

ନୂଆଦିଲ୍ଲୀ: ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ବିଲ୍‌କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓୱେସି। କଂଗ୍ରେସ ସରକାର ସମୟରେ ଆଗରୁ ହୋଇଥିବା କେତେକ ଘଟଣାକୁ ମନେ ପକାଇ ସେ କହିଛନ୍ତି କଂଗ୍ରେସ କ୍ଷମତା ହରାଇଲେ ମୁସଲିମ୍‌ଙ୍କ ଉପରେ ବଡ଼ଭାଇ ପଣିଆ ଜାହିର କରିଥାଏ। ସେ କହିଛନ୍ତି, ଏହି ଆଇନର ଶିକାର ସେ ନିଜେ ହୋଇଛନ୍ତି। କଂଗ୍ରେସ ନେତାଏ କିଛି ମାସ ଜେଲରେ କାଟିଥିଲେ ଏ ବିଷୟରେ ଭଲ ଭାବେ ଜାଣିଥା’ନ୍ତେ ବୋଲି ସେ କହିଛନ୍ତି। […]

Asaduddin-Owaisi-getty-875

Subrat Kumar Nayak
  • Published: Wednesday, 24 July 2019
  • , Updated: 24 July 2019, 07:51 PM IST

ନୂଆଦିଲ୍ଲୀ: ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ବିଲ୍‌କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓୱେସି। କଂଗ୍ରେସ ସରକାର ସମୟରେ ଆଗରୁ ହୋଇଥିବା କେତେକ ଘଟଣାକୁ ମନେ ପକାଇ ସେ କହିଛନ୍ତି କଂଗ୍ରେସ କ୍ଷମତା ହରାଇଲେ ମୁସଲିମ୍‌ଙ୍କ ଉପରେ ବଡ଼ଭାଇ ପଣିଆ ଜାହିର କରିଥାଏ। ସେ କହିଛନ୍ତି, ଏହି ଆଇନର ଶିକାର ସେ ନିଜେ ହୋଇଛନ୍ତି। କଂଗ୍ରେସ ନେତାଏ କିଛି ମାସ ଜେଲରେ କାଟିଥିଲେ ଏ ବିଷୟରେ ଭଲ ଭାବେ ଜାଣିଥା’ନ୍ତେ ବୋଲି ସେ କହିଛନ୍ତି।

ଏହି ଆଇନର ଶିକାର ହୋଇଥିବା ଲୋକଙ୍କୁ ସେ ନିରୀହ ବୋଲି କହିବା ସହ କହିଥିଲେ, ଏହି ଆଇନ ଆଣିଥିବା କଂଗ୍ରେସକୁ ମୁଁ ନିନ୍ଦା କରୁଛି। ସେମାନେ ହିଁ ଏହି ଆଇନ ପାଇଁ ଦାୟୀ। ସେମାନେ କ୍ଷମତାକୁ ଆସିଲେ ବିଜେପିଠାରୁ ବଡ଼ ହୋଇଯା’ନ୍ତି। କ୍ଷମତା ଗଲେ ମୁସଲିମ୍‌ଙ୍କ ବଡ଼ଭାଇ ହୋଇଯା’ନ୍ତି।

ଓୱେସି ଏହି ଆଇନକୁ ବ୍ୟବସ୍ଥା ବିରୋଧୀ କହିବା ସହ ଏହାର ସମ୍ଭାବ୍ୟ ଦୁରୁପଯୋଗ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଏହି ଆଇନ ବଳରେ ହିଁ ପୁଲିସ୍‌ ଗିରଫଦାରୀରେ ବିଶ୍ୱ ରେକର୍ଡ କରିଛି। ଏହି ଆଇନରେ କୌଣସି ସନ୍ଦେହରେ ଅଭିଯୁକ୍ତଙ୍କୁ ୬ ମାସ ଯାଏ ପୁଲିସ୍‌ ହାଜତରେ ରଖାଯାଇପାରିବ। ବ୍ରିଟେନ୍‌ରେ ଅନୁରୂପ ଆଇନରେ ଏହାର ଅବଧି ହେଉଛି ମାତ୍ର ୨୮ ଦିନ।

Related story