'କରୋନା ଲଢ଼େଇରେ ଆଷ୍ଟ୍ରା ଜେନେକା ଟିକା ୧୦୦% ଫଳପ୍ରଦ'

ନୂଆଦିଲ୍ଲୀ: ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca) ଏବଂ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା କରୋନାକୁ ଶତ ପ୍ରତିଶତ ମାତ୍ ଦେଇପାରିବ। ଏମିତିକି ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ମାତ୍ ଦେଇପାରିବ। ୟୁକେର ଗଣମାଧ୍ୟମ ଏଭଳି ରିପୋର୍ଟ ପ୍ରକାଶ କରିଛି। ଏହାର ସଫଳତା ଶତ ପ୍ରତିଶତ ବୋଲି କମ୍ପାନୀର ସିଇଓ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅକ୍ସଫୋର୍ଡର ଏହି ଟିକା ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଟିକା କମ୍ପାନୀ ସହିତ ମଧ୍ୟ […]

astra-zenca

Subhransu Sekhar
  • Published: Sunday, 27 December 2020
  • , Updated: 28 December 2020, 01:40 AM IST

ନୂଆଦିଲ୍ଲୀ: ବ୍ରିଟିଶ ଡ୍ରଗ୍ସ ଗ୍ରୁପ 'ଆଷ୍ଟ୍ରା ଜେନେକା' (AstraZeneca) ଏବଂ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା କରୋନାକୁ ଶତ ପ୍ରତିଶତ ମାତ୍ ଦେଇପାରିବ। ଏମିତିକି ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ମାତ୍ ଦେଇପାରିବ। ୟୁକେର ଗଣମାଧ୍ୟମ ଏଭଳି ରିପୋର୍ଟ ପ୍ରକାଶ କରିଛି। ଏହାର ସଫଳତା ଶତ ପ୍ରତିଶତ ବୋଲି କମ୍ପାନୀର ସିଇଓ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଅକ୍ସଫୋର୍ଡର ଏହି ଟିକା ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଟିକା କମ୍ପାନୀ ସହିତ ମଧ୍ୟ ଚୁକ୍ତି କରିଛି। ଗୁରୁବାର ସୁଦ୍ଧା ୟୁକେ ସ୍ୱାସ୍ଥ୍ୟ ବିଭାଗ ଏହି ଟିକା ବ୍ୟବହାର ପାଇଁ ଅନୁମତି ଦେଇପାରେ।

ଆଷ୍ଟ୍ରା ଜେନେକା ସିଇଓ ପାସ୍କାଲ୍ ସୋରିୟଟ୍ କହିଛନ୍ତି ଯେ ଫାଇଜର ଏବଂ ମୋଡର୍ନା ଭଳି ପ୍ରଭାବଶାଳୀ ଟିକା ବ୍ୟବହାର ପାଇଁ ଅନୁମତି ପାଇ ସାରିଛନ୍ତି। ଏହି ଟିକାର ସଫଳତା ହାର ୯୫% ରହିଥିବା ବେଳେ ଆଷ୍ଟ୍ରା ଜେନେକାର ସଫଳତା ହାର ଶତ ପ୍ରତିଶତ ରହିଛି। ଆଗକୁ ଭାରତରେ ଏହି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିପାରେ।

କମ୍ପାନୀର ସିଇଓ ୟେକେର 'ଦି ସଣ୍ଡେ ଟାଇମ୍ସ'କୁ ସାକ୍ଷାତକାରରେ ଦେଇ କହିଛନ୍ତି ଟିକା ତିଆରି କରୁଥିବା କମ୍ପାନୀ ସମସ୍ତଙ୍କ ଶରୀରରକୁ ସୁହାଇଲା ଭଳି ଫର୍ମୁଲାରେ ତିଆରି ହୋଇଛି। ହେଲେ ଏହି ବ୍ରିଟିଶ-ସ୍ୱିଡେନ ଫାର୍ମା କମ୍ପାନୀ 'ଆଷ୍ଟ୍ରା ଜେନେକା' ଟିକା ସମସ୍ତଙ୍କ ଶରୀରରେ ପ୍ରୟୋଗ ହୋଇପାରିବ ବୋଲି କୌଣସି ସବିଶେଷ ତଥ୍ୟ ଜାରି କରି ନାହିଁ।

ଅକ୍ସଫୋର୍ଡ ଏଯାବତ ତିନୋଟି କରୋନା ଟିକା ପ୍ରସ୍ତୁତ କରିଛି। 'କୋଭିଶିଲ୍ଡ' ହେଉଛି ତିନି ଟିକା ମଧ୍ୟରୁ ଅନ୍ୟତମ। ଯାହାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇ ସାରିଛନ୍ତି। ଅନ୍ୟ ଦୁଇଟି ଟିକା ମଧ୍ୟରୁ ଗୋଟିଏ ହେଉଛି ଫାଇଜର, ଯାହାକୁ ପୂର୍ବରୁ ବ୍ରିଟେନ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ବ୍ୟବହୃତ ହେଉଛି। ଅନ୍ୟଟି ହେଉଛି ଭାରତ ବାୟୋଟେକର କୋଭାକ୍ସିନ।

Related story