‘ଭାରତରେ ଅକ୍ସଫୋର୍ଡ ଟିକା ‘କୋଭିସିଲ୍‌ଡ’ ଟ୍ରାଏଲ୍‌ ବନ୍ଦ ହେବନି’

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡର ପରୀକ୍ଷଣ। ୟୁକେ ଆଷ୍ଟ୍ରାଜେନେକା ଦ୍ୱାରା କରୋନା ଟିକାର ଟ୍ରାଏଲ୍‌ ବନ୍ଦ କରାଯାଇଥିଲେ ମଧ୍ୟ ଭାରତରେ ଏହା ବନ୍ଦ ହେବନି ବୋଲି କହିଛି ଉତ୍ପାଦନକାରୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ। ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ, ସେଠାକାର ପରିସ୍ଥିତି ସଂପର୍କରେ ଆମେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଟ୍ରାଏଲ ବନ୍ଦ କରି ଏହାର ସମୀକ୍ଷା କରାଯାଉଥିବା ଆଷ୍ଟ୍ରାଜେନେକା କହୁଛି। ଏହା ପୁଣି ଥରେ ଖୁବ୍‌ ଶୀଘ୍ର ଟ୍ରାଏଲ […]

corona

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 06:25 PM IST

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡର ପରୀକ୍ଷଣ। ୟୁକେ ଆଷ୍ଟ୍ରାଜେନେକା ଦ୍ୱାରା କରୋନା ଟିକାର ଟ୍ରାଏଲ୍‌ ବନ୍ଦ କରାଯାଇଥିଲେ ମଧ୍ୟ ଭାରତରେ ଏହା ବନ୍ଦ ହେବନି ବୋଲି କହିଛି ଉତ୍ପାଦନକାରୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ।

ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ, ସେଠାକାର ପରିସ୍ଥିତି ସଂପର୍କରେ ଆମେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଟ୍ରାଏଲ ବନ୍ଦ କରି ଏହାର ସମୀକ୍ଷା କରାଯାଉଥିବା ଆଷ୍ଟ୍ରାଜେନେକା କହୁଛି। ଏହା ପୁଣି ଥରେ ଖୁବ୍‌ ଶୀଘ୍ର ଟ୍ରାଏଲ ହେବ ବୋଲି କୁହାଯାଇଛି। ଭାରତରେ କିନ୍ତୁ କିଛି ସମସ୍ୟା ହୋଇ ନାହିଁ। କରୋନା ଟିକାର ଟ୍ରାଏଲ ଜାରି ରହିବ ବୋଲି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ତରଫରୁ କୁହାଯାଇଛି।

ଅକ୍ସଫୋର୍ଡ ଦ୍ୱାରା ବିକଶିତ ଏହି ଟିକାକୁ ଭାରତରେ ‘କୋଭିସିଲଡ’ ନାମରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଉତ୍ପାଦନ କରୁଛି। ୟୁକେରେ ତୃତୀୟ ପର୍ଯ୍ୟୟ ହ୍ୟୁମାନ ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହେବା ପରେ ଟିକାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି।

Related story