କଶ୍ମିରୀ ହୋଇଥିବାରୁ ବାପାଙ୍କୁ ଓୟୋରେ ରହିବାକୁ ଦେଲେନି, ଅଭିଯୋଗ ଆଣିଲେ ଡିୟୁ ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନୌମାନ୍‌ ରଫିକ୍‌ ଅଭିଯୋଗ ଆଣିଛନ୍ତି, ତାଙ୍କ ବାପା ଏବଂ ତାଙ୍କ ଭଉଣୀଙ୍କୁ ଓୟୋ ହୋଟେଲରେ ରହିବାକୁ ଅନୁମତି ନ ମିଳିବା ଅଭିଯୋଗ କରିଛନ୍ତି। ସେମାନେ ନିଜକୁ କଶ୍ମିରୀ ବୋଲି ପରିଚୟ ଦେବା ପରେ ଏପରି ହୋଇଛି। ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ପୁଲିସ୍ ନିର୍ଦ୍ଦେଶ ଅନୁଯାୟୀ ଜମ୍ମୁ-କଶ୍ମୀରରୁ ଆସିଥିବା ଅତିଥିଙ୍କୁ ‘ରହିବାକୁ ଅନୁମତି ଦିଆଯାଉନାହିଁ’। ଆଶା ରେସିଡେନ୍ସି ନାମକ ଏହି ହୋଟେଲର କର୍ମଚାରୀ ପ୍ରଥମେ କହିଥିଲେ, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ […]

Delhi-oyo

Subrat Kumar Nayak
  • Published: Sunday, 16 February 2020
  • , Updated: 16 February 2020, 04:21 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନୌମାନ୍‌ ରଫିକ୍‌ ଅଭିଯୋଗ ଆଣିଛନ୍ତି, ତାଙ୍କ ବାପା ଏବଂ ତାଙ୍କ ଭଉଣୀଙ୍କୁ ଓୟୋ ହୋଟେଲରେ ରହିବାକୁ ଅନୁମତି ନ ମିଳିବା ଅଭିଯୋଗ କରିଛନ୍ତି। ସେମାନେ ନିଜକୁ କଶ୍ମିରୀ ବୋଲି ପରିଚୟ ଦେବା ପରେ ଏପରି ହୋଇଛି।

ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ପୁଲିସ୍ ନିର୍ଦ୍ଦେଶ ଅନୁଯାୟୀ ଜମ୍ମୁ-କଶ୍ମୀରରୁ ଆସିଥିବା ଅତିଥିଙ୍କୁ ‘ରହିବାକୁ ଅନୁମତି ଦିଆଯାଉନାହିଁ’।

ଆଶା ରେସିଡେନ୍ସି ନାମକ ଏହି ହୋଟେଲର କର୍ମଚାରୀ ପ୍ରଥମେ କହିଥିଲେ, ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସୁଥିବା ଅତିଥିଙ୍କୁ ଅନୁମତି ନାହିଁ। ତେବେ ରଫିକ୍‌ କହିଥିଲେ ସେମାନେ ଏହି ସବୁ ଦେଶରୁ ନୁହେଁ ଜମ୍ମୁ-କଶ୍ମୀରରୁ ଆସିଛନ୍ତି। ଏହା ପରେ ହୋଟେଲ କର୍ତ୍ତୃପକ୍ଷ କହିଥିଲେ ଜମ୍ମୁ-କଶ୍ମୀର ଲୋକଙ୍କୁ ମଧ୍ୟ ରହିବାକୁ ଅନୁମତି ନଦେବାକୁ ପୁଲିସ୍‌ କହିଛି।

ରଫିକ୍‌ କହିଛନ୍ତି, ହୋଟେଲ ପକ୍ଷରୁ ଏପରି ମନା କରିବା ଆଗରୁ ତାଙ୍କ ବାପାଙ୍କ ଆଇଡି ମଧ୍ୟ ମଗା ଯାଇନଥିଲା। ସେମାନେ କେବଳ କହିଥିଲେ ତୁମେ କଶ୍ମିରୀ ଏବଂ ଆମକୁ ପୁଲିସ୍‌ କହିଛି ଜମ୍ମୁ-କଶ୍ମୀରରୁ ଆସୁଥିବା ଅତିଥିଙ୍କୁ ରହିବାକୁ ଦିଆଯିବନି।

ଏହି ପ୍ରସଙ୍ଗ ସୋଶାଲ ମିଡିଆରେ ଚର୍ଚ୍ଚିତ ହେବାପରେ ଓୟୋକୁ ଟ୍ୟାଗ୍‌ କରାଯାଇଥିଲା। ଫଳରେ ଓୟୋ କ୍ଷମା ମାଗିଥିଲା। ଓୟୋ ପକ୍ଷରୁ କୁହାଯାଇଛି, ତାଙ୍କର ଏଭଳି କୌଣସି ପଲିସି ନାହିଁ। ସେ ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

Related story