ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଦାମ୍ୱରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ୍ ପାଇଁ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେପ୍ଟେମ୍ୱର ୫ରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତ ପାଇଁ ପଠାଇଥିବା ନିର୍ଦ୍ଦେଶକୁ ମଧ୍ୟ ଆଜି ଚିଦାମ୍ୱରମ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଥିବା ନେଇ ସିବିଆଇ ପାଖରେ ପ୍ରମାଣ ରହିଥିବାରୁ ସ୍ୱତନ୍ତ୍ର କୋର୍ଟ […]

chidambaram(1)

Subhransu Sekhar
  • Published: Wednesday, 11 September 2019
  • , Updated: 11 September 2019, 04:17 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ୍ ପାଇଁ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେପ୍ଟେମ୍ୱର ୫ରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତ ପାଇଁ ପଠାଇଥିବା ନିର୍ଦ୍ଦେଶକୁ ମଧ୍ୟ ଆଜି ଚିଦାମ୍ୱରମ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଥିବା ନେଇ ସିବିଆଇ ପାଖରେ ପ୍ରମାଣ ରହିଥିବାରୁ ସ୍ୱତନ୍ତ୍ର କୋର୍ଟ ଜାମିନ୍ ଦେବା ପାଇଁ ମନା କରି ଦେଇଥିଲେ।

ଆଇଏଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୭୩ ବର୍ଷୀୟ ଏହି କଂଗ୍ରେସ ନେତା ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଗିରଫ ହେବା ପରେ ୫ଟି ପର୍ଯ୍ୟାୟରେ ଚିଦାମ୍ୱରମଙ୍କୁ ୧୫ ଦିନ କାଳ ରିମାଣ୍ଡରେ ନେଇ ଜେରା କରି ସାରିଛି ସିବିଆଇ। ୧୫ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ଚିଦାମ୍ୱରମଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଏହାରି ଭିତରେ ଚିଦାମ୍ୱରମଙ୍କ ବିରୋଧରେ ସିବିଆଇ ଚଳିତ ମାସ ତୃତୀୟ ସପ୍ତାହରେ ଚାର୍ଜଶିଟ୍‌ ଦାଖଲ କରିବ ବୋଲି ଜଣାପଡ଼ିଛି। ଏହି ଚାର୍ଜଶିଟ୍‌ରେ ଚିଦାମ୍ୱରମଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଚିଦାମ୍ୱରମଙ୍କ ବ୍ୟତୀତ ଚାର୍ଜଶିଟ୍‌ରେ ଅନ୍ୟ ୧୦ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବ ବୋଲି ସୂଚନା ରହିଛି। ଏହି ୧୦ ଜଣ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା ସହ ଜଡ଼ିତ। ଯଦି ସେପ୍ଟମ୍ୱର ୧୯ ପୂର୍ବରୁ ସିବିଆଇ ଚିଦାମ୍ୱରମଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିବ ତାହେଲେ ତାଙ୍କୁ ଜାମିନ୍ ମିଳିବା ମଧ୍ୟ କଷ୍ଟକର ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସିବିଆଇ ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣି ମୁଖାର୍ଜୀଙ୍କୁ ଅଧିକ ତଦନ୍ତ ପାଇଁ ସିବିଆଇ ଅନୁମତି ପାଇଛି। ଯାହାକି ଚିଦାମ୍ୱରମଙ୍କ ପାଇଁ କଣ୍ଟା ହୋଇପାରେ।

ଚିଦାମ୍ୱରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ବେଆଇନ ଭାବରେ ଅନୁମତି ଦେଇଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଲାଭବାନ ହୋଇଥିଲେ ବୋଲି ଅଭିଯୋଗ ରହିଛି।

Related story